ଭୁବନେଶ୍ୱର,୧୭/୧୧ : ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଦ୍ୟୁତ୍ ନିୟାମକ ଆୟୋଗ(OERC) ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ବ । OERC ଅଧ୍ୟକ୍ଷ ପଦରୁ ସେ ଏବେ ଅବ୍ୟାହତି ନେବେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।
ସେହିଭଳି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଆର୍.ବାଲକ୍ରୀଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ଆର୍. ବାଲକ୍ରୀଷ୍ଣନ ପୂର୍ବଭଳି ସ୍ପେଶାଲ ଇନିସିଏଟିଭ୍ ମୁଖ୍ୟ ପରାମର୍ଶଦାତା ପଦବୀରେ ରହିବେ । ଅନ୍ୟପଟେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ମିଳିଛି ।
ପ୍ରକାଶ ଯେ, ସୁରେଶ ମହାପାତ୍ର ଗତ ଫେବୃଆରୀ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ମାର୍ଚ୍ଚ ୧ତାରିଖରେ ଓଇଆରସିର ଅଧ୍ୟକ୍ଷ ପଦବୀରେ ନିଯୁକ୍ତ ହୋଇଥିଲେ।