ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଗରିକା ଘୋଷଙ୍କ ସହ ଆଉ ତିନି ଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ଟିଏମ୍‌ସି, ଫେବ୍ରୁଆରୀ ୨୭ରେ ନିର୍ବାଚନ

କୋଲକାତା,୧୨/୦୨: ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି)  ପ୍ରାର୍ଥୀଙ୍କ ନାମ ଘୋଷଣା  କରିଛି । ଏମାନଙ୍କ ମଧ୍ୟରେ ସାମ୍ବାଦିକା ସାଗରିକା ଘୋଷ, ସୁସ୍ମିତା ଦେବ, ନାଦିମୁଲ୍‌ ହକ୍‌ ଏବଂ ମମତା ବାଲା ଠାକୁର ରହିଛନ୍ତି । ଏ ନେଇ ସୋସିଆଲ୍‌ ମିଡିଆରେ ଟିଏମ୍‌ସି କହିଛି ଯେ ରାଜ୍ୟସଭା ନିର୍ବାଚନ ପାଇଁ ଆମେ ଏହି ପ୍ରାର୍ଥୀମାନଙ୍କ ନାମ ଘୋଷଣା କରି ବେଶ୍‌  ଖୁସି । ସେମାନଙ୍କୁ ଆମର ହାର୍ଦ୍ଦିକ ଶୁଭେଚ୍ଛା । ତୃଣମୂଳର ବିଚାରଧାରା ସହିତ ସେମାନେ ପ୍ରତ୍ୟେକ ଭାରତୀୟଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ ବୋଲି ବିଶ୍ୱାସ। 

ଉଲ୍ଲେଖଯୋଗ୍ୟ, ୫୯ ବର୍ଷୀୟା ସାଗରିକା ଘୋଷ ଜଣେ ସାମ୍ବାଦିକା, ଯେ କି ମୁଖ୍ୟତଃ ରାଜନୀତି  ବ୍ୟାପାରରେ ସାମ୍ବାଦିକତା ପାଇଁ ଫୋକସ୍‌ କରିଥିଲେ । ଟାଇମ୍ସ ଅଫ୍‌ ଇଣ୍ଡିଆ, ଆଉଟ୍‌ଲୁକ୍‌ ମାଗାଜିନ୍‌ ଏବଂ ସିଏନ୍‌ଏନ୍‌-ଆଇବିଏନ୍‌  (ବର୍ତ୍ତମାନ ସିଏନ୍‌ଏନ୍‌-ନ୍ୟୁଜ୍‌୧୮) ଭଳି ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ସେ କାର୍ଯ୍ୟ କରିଛନ୍ତି । ଜଣେ ଟେଲିଭିଜନ୍‌ ଆଙ୍କର୍‌ ଏବଂ  ରାଜନୈତିକ ଭାଷ୍ୟକାର ଭାବେ ସେ ବେଶ୍‌ ଜଣାଶୁଣା । ସେ ଅନେକ ପୁସ୍ତକ ବି ଲେଖିଛନ୍ତି । ଟିଏମ୍‌ସି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀଙ୍କ ସହ ତାଙ୍କର ସୁସମ୍ପର୍କ ରହିଛି । 

ଉଲ୍ଲେଖଯୋଗ୍ୟ, ନିକଟରେ ନିର୍ବାଚନ କମିଶନ ୧୫ ରାଜ୍ୟରେ ୫୬ ରାଜ୍ୟସଭା  ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଫେବ୍ରୁଆରୀ ୨୭ରେ ନିର୍ବାଚନ ହୋଇ ସମାନ ଦିନରେ ଭୋଟ ଗଣତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.