ଦାରିଙ୍ଗବାଡି,୩୧/୧(ଆପ୍ର): ବାଲିଗୁଡ଼ା ବନଖଣ୍ଡ ଅଧୀନ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ଭାବେ ହରିହର ବେହେରା ମଙ୍ଗଳବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାର କଦଳିଗଡ଼ କେଏଲ୍ ବନାଞ୍ଚଳରେ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତତ୍କାଳୀନ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକ ଅବସର ନେବା ପରେ ଶ୍ରୀ ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି । ଜଙ୍ଗଲକୁ ସୁରକ୍ଷା ଦେବା ସହ ବୃକ୍ଷ ରୋପଣ ଉପରେ ଗୁରୁତ୍ବ ଦିଆଯିବା। ଜଙ୍ଗଲକୁ କିଭଳି ନିଆଁ ଦାଉରୁ ରକ୍ଷା କରାଯାଇପାରିବ ସେ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି କହିଥିଲେ।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...