ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁଣି ଆଇଟମ୍ ନମ୍ବରରେ ନଜର ଆସିବେ ତମନ୍ନା, ‘ସ୍ତ୍ରୀ-୨’ରେ ରାଜକୁମାରଙ୍କ ସହ କରିବେ ସ୍କ୍ରିନ୍ ସେୟାର

ମୁମ୍ବାଇ ୦୮/୧୨: ୨୦୧୮ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ସ୍ତ୍ରୀ’ର ସଫଳତା ପରେ ନିର୍ମାତା ଏହାର ୨ୟ ସଂସ୍କରଣ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି । ମୂଳ ଫିଲ୍ମ ଭଳି ଏ ଥର ବି ରାଜକୁମାର ରାଓ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ । ତେବେ ସଦ୍ୟ ରିପୋର୍ଟ ଅନୁସାରେ, ମୂଳ ଫିଲ୍ମ ଭଳି ଏଥିରେ ମଧ୍ୟ ‘କମରିୟା’ ଭଳି ଏକ ହିଟ୍ ଆଇଟମ୍ ନମ୍ବର୍ ରହିବ । କମରିୟା ଗୀତରେ ନୋରା ଫତେହିଙ୍କ ଦମ୍ଦାର ନୃତ୍ୟ ସିନେପ୍ରେମୀଙ୍କୁ ମତୁଆଲା କରିଥିଲା । ଚର୍ଚ୍ଚା ହେଉଛି, ଏ ଥର ଆଇଟମ୍ ନମ୍ବର୍ରେ ନଜର ଆସିବେ ‘କାୱାଲା’ ଫେମ୍ ତମନ୍ନା ଭାଟିୟା । ଗୀତର ସୁଟିଂ ଶେଷ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । 

ଏକାଧିକ ହିଟ୍ ଗୀତରେ ନଜର ଆସିଥିବା ତମନ୍ନା ‘ସ୍ତ୍ରୀ-୨’ର ଆଇଟମ୍ ନମ୍ବର୍ ପାଇଁ ପୂରାପୂରି ଫିଟ୍ ବୋଲି ମନେକରି ନିର୍ମାତା ତାଙ୍କୁ ସାଇନ୍ କରିଛନ୍ତି । ଗୀତରେ ତମନ୍ନାଙ୍କ ସହ ରାଜକୁମାର ମଧ୍ୟ ନଜର ଆସିବେ । ଏହା ଜରିଆରେ ଉଭୟ ପ୍ରଥମ ଥର ସ୍କ୍ରିନ୍ ଶେୟାର କରିବେ । ତେବେ ତମନ୍ନାଙ୍କ ତରଫରୁ ଏ ବିଷୟରେ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଖବର ଚର୍ଚ୍ଚା ହେବା ପରଠୁ ଫିଲ୍ମରେ ତାଙ୍କର ନୂଆ ନୃତ୍ୟ ଶୈଳୀକୁ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଗତ ଜୁଲାଇରେ ‘ସ୍ତ୍ରୀ୨’ ବିଷୟରେ ଔପଚାରିକ ଘୋଷଣା ହୋଇଥିଲା । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅମର କୌଶିକ । ଜିଓ ଷ୍ଟୁଡିଓଜ୍ ଓ ଦିନେଶ ଭିଜନଙ୍କ ମ୍ୟାଡ୍ଡକ୍ ଫିଲ୍ମସ ଏହାର ନିର୍ମାଣ ଦାୟିତ୍ୱ ନିର୍ବାହ କରିଛି । ଫିଲ୍ମରେ ଅପାରଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ, ପଙ୍କଜ ତ୍ରିପାଠୀ ପ୍ରମୁଖ ଭୂମିକାରେ ନଜର ଆସିବେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.