ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

୨୦୨୩ ଦିନିକିଆ ବିଶ୍ବକପ୍‌ ସେମିଫାଇନାଲରେ ପୁଣି ଭାରତ-ନ୍ୟୁଜିଲାଣ୍ଡ ଟକ୍କର

Image Courtesy: abplive

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ୨୦୨୩ର ସେମିଫାଇନାଲରେ ପୁଣି ଥରେ ସାମ୍ନାସାମ୍ନି ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍‌ । ଚଳିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ନିଜର ନବମ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ପରାସ୍ତ କରି ଚତୁର୍ଥ ସେମିଫାଇନାଲ ଲିଷ୍ଟରେ ପ୍ରାୟତଃ ସାମିଲ ହୋଇସାରିଛି । ଯଦିଓ ଏବେ ବି ପାକିସ୍ତାନ ଏବଂ ଆଫଗାନିସ୍ତାନ ଚତୁର୍ଥ ସେମିଫାଇନାଲିଷ୍ଟ ଦୌଡ଼ରେ ଅଛନ୍ତି କିନ୍ତୁ ଖରାପ ନେଟ୍‌ ରନରେଟ୍ ଯୋଗୁଁ ଦୁଇ ଟିମ୍‌ କ୍ବାଲିଫାଏ କରିପାରିବେ ନାହିଁ ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ନଭେମ୍ବର ୧୫ରେ ହେବ ।  ଏହି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବା ନେଇ ଏକପ୍ରକାର ସ୍ପଷ୍ଟ । ପ୍ରଥମେ କ୍ବାଲିଫାଏ ହୋଇଥିବା ଭାରତୀୟ ଟିମ୍‌ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ କ୍ବାଲିଫାଏ ପରେ ଚତୁର୍ଥ ସ୍ଥାନରେ ରହିଛି । ଏହା ପୂର୍ବରୁ ୨୦୧୯ ବିଶ୍ବକପ ସେମିଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ହୋଇଥିଲା । ହେଲେ ୧୮ ରନ୍‌ରେ ହାରିଥିଲା ଟିମ ଇଣ୍ଡିଆ ।

୨୦୧୯ରେ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ ଥିବା ବେଳେ ଚଳିତ ବିଶ୍ବକପ ଭଳି ସେତେବେଳେ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଥିଲା। ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ କଥା କହିଲେ, ନଭେମ୍ବର ୧୬ରେ କୋଲକାତାର ଇଡେନ ଗାର୍ଡେନ୍‌ରେ ନମ୍ବର ୨ ଓ ୩ ଟିମ୍‌ ମଧ୍ୟରେ ଖେଳାଯିବ । ୨୦୨୩ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ । 

ଦୁଇ ସେମିଫାନାଲ ବିଜୟୀ ଟିମଙ୍କ ମଧ୍ୟରେ ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ଖେଳାଯିବ । ବିଶ୍ବକପର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ଲଢ଼େଇ ହେବ । ଏହା ପୂର୍ବରୁ ୨୦୧୯ ବିଶ୍ବକପ ଫାଇନାଲରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସାମ୍ନାସାମ୍ନି ହୋଇଥିଲେ । ଏହି ମ୍ୟାଚ୍‌ରେ ନ୍ୟୁଜଲାଣ୍ଡକୁ ହରାଇ ଟାଇଟାଲ ଜିଣିଥିଲା ଇଂଲଣ୍ଡ । ହେଲେ ଏଥର ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡ ସେମିଫାଇନାଲରେ ବି ପ୍ରବେଶ କରିପାରି ନାହିଁ । 

  • Team India
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.