ନୂଆଦିଲ୍ଲୀ, ୨୧/୧ : ଚଳିତ ବିଶ୍ବକପ ୨୦୨୩ରେ ଅଷ୍ଟ୍ରେଲିୟା ଚାମ୍ପିଅନ ହୋଇଛି । ମାତ୍ର ୪୬ଦିନର ଏହି ମହାକୁମ୍ଭରେ ୪୫ଦିନ ପର୍ଯ୍ୟନ୍ତ ନିଜର ଦବ୍ଦବା ରଖିଥିଲା ଭାରତ । ଫାଇନାଲ ପୂର୍ବରୁ ଚାରିଆଡ଼େ ଭାରତୀୟ ଟିମ୍ର ଚର୍ଚ୍ଚା ହୋଇଥିଲା । ବିଶ୍ବ ଚାମ୍ପିଅନ ହେବା ବହୁତ ବଡ଼ କଥା ମାତ୍ର ଯେଉଁଭଳି ଭାବେ ଭାରତୀୟ ଦଳର ପ୍ରଦର୍ଶନ ରହିଥିଲା ଯେ କେହି ବି ଭାବିଥିଲେ ଭାରତୀୟ ଦଳ ହିଁ ବିଜୟୀ ହେବ । ଫାଇନାଲ ମ୍ୟାଚକୁ ଛାଡ଼ି ସମସ୍ତ ୧୦ଟି ମ୍ୟାଚରେ ଭାରତୀୟ ଟିମ୍ ବିରୋଧୀ ଟିମ୍ଙ୍କଠାରୁ ବହୁତ ଆଗରେ ଥିଲା । ବୋଲିଂ, ବ୍ୟାଟିଂ କିମ୍ବା ଫିଲ୍ଡିଂ ହେଉ ପ୍ରତିଟି ବିଭାଗରେ ଭାରତୀୟ ଟିମ୍ର ଦବ୍ଦବା ରହିଛି । ଏହି କାରଣରୁ ସମସ୍ତ ମନରେ ଗୋଟିଏ କଥା ଥିଲା ଟିମ୍ ଇଣ୍ଡିଆ ହିଁ ବିଶ୍ବକପରେ ଚାମ୍ପିଅନ ହେବ । କିନ୍ତୁ ଖାଲି ଗୋଟିଏ ଖରାପ ଦିନ ଭାରତକୁ ଚାମ୍ପିଅନ ହେବାରୁ ବଞ୍ଚିତ କଲା । ୪୬ଦିନର ଏହି ମହାକୁମ୍ଭରେ ଭାରତୀୟ ଟିମ୍ ୪୫ଦିନ ପର୍ଯ୍ୟନ୍ତ ସବୁଠାରୁ ଆଗରେ ରହିଥିଲା ଏବଂ ବାଦ୍ଶାହ ଭାବେ ଟୁର୍ଣ୍ଣାମେଣ୍ଟରେ ରାଜ୍ କରିଥିଲା ।
ଭାରତୀୟ ଦଳ ଫାଇନାଲ ପୂର୍ବରୁ ଏହି ବିଶ୍ବକପରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ ଏବଂ ଏଭଳି ରେକର୍ଡ଼ କରିଥିଲେ ଯାହା ବିଶ୍ବ କ୍ରିକେଟକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଟିମ୍ ଇଣ୍ଡିଆ ଦ୍ବାରା କରାଯାଇଥିବା ବିଭିନ୍ନ ରେକର୍ଡ଼ ଦ୍ବାରା ଭାରତୀୟ ଟିମ୍ ପୂରା ବିଶ୍ବକପରେ ନିଜର ଦବ୍ଦବା ରଖିଥିଲା ।
ବିଶ୍ବକପରେ ଏକ ସିଜନରେ ସବୁଠାରୁ ଅଧିକ ରନ୍
ଭାରତୀୟ ଦଳ ଏହି ବିଶ୍ବକପରେ ପ୍ରାୟ ୩୧୬୦ରନ୍ କରିଛି । ଯାହା ଏକ ବିଶ୍ବକପରେ କୌଣସି ଟିମ୍ ଦ୍ବାରା ହୋଇଥିବା ସବୁଠାରୁ ଅଧିକ ରନ୍ ।
ବିଶ୍ବକପରେ ୧୦୦ରୁ ଅଧିକ ଓ୍ବିକେଟ୍
ଏହି ବିଶ୍ବକପରେ ଭାରତୀୟ ବୋଲର ବହୁତ ଭଲ ପ୍ରଦର୍ଶନ କରିଥିଲେ ଏବଂ ପ୍ରାୟ ୧୦୦ରୁ ଅଧିକ ଓ୍ବିକେଟ ନେବାରେ ସଫଳ ହୋଇଥିଲେ । ଯାହା ଅନ୍ୟ ଟିମ୍ଠାରୁ ଅଧିକ ରହିଛି ।
ସବୁଠାରୁ ଅଧିକ ଶତକ ଏବଂ ସବୁଠାରୁ ଅଧିକ ଅର୍ଦ୍ଧଶତକ
ବିଶ୍ବକପ ସମୟରେ ଭାରତୀୟ ବ୍ୟାଟର ୨୫ଅର୍ଦ୍ଧଶତକ ଏବଂ ୭ଶତକ ଲଗାଇବାରେ ସଫଳତା ପାଇଛନ୍ତି ଯାହା ଏହି ବିଶ୍ବକପରେ କୌଣସି ବି ଦ୍ବିତୀୟ ଟିମ୍ରୁ ଅଧିକ ଅଟେ ।
ସବୁଠାରୁ ଅଧିକ ପ୍ରତିଶତ
ଭାରତୀୟ ଟିମ୍ର ଏହି ବିଶ୍ବକପରେ ସବୁଠାରୁ ଅଧିକ ପ୍ରତିଶତ ରହିଛି । ଭାରତୀୟ ଟିମ୍ ପ୍ରାୟ ୫୨.୩୭ର ପ୍ରତିଶତ ସହ ଟୁର୍ଣ୍ଣାମେଣ୍ଟରେ ରନ୍ କରିଛନ୍ତି ।
ବିରାଟ କୋହଲୀଙ୍କ ସବୁଠାରୁ ଅଧିକ ରନ୍
ବିରାଟ କୋହଲୀ ବିଶ୍ବକପରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ହେଲେ । କୋହଲୀ ୭୬୫ରନ୍ କରିଥିଲେ । ବିଶ୍ବକପ ଇତିହାସରେ କୌଣସି ବି ବ୍ୟାଟର ୭୦୦ରନ ଏକ ବିଶ୍ବକପରେ କରିନାହାନ୍ତି ।
ମହମ୍ମଦ ଶାମୀଙ୍କ ସବୁଠାରୁ ଅଧିକ ଓ୍ବିକେଟ
ମହମ୍ମଦ ଶାମୀ ସବୁଠାରୁ ଅଧିକ ଓ୍ବିକେଟ ଏହି ବିଶ୍ବକପରେ ନେଇଛନ୍ତି । ଶାମୀ ପ୍ରାୟ ୨୩ଓ୍ବିକେଟ ନିଜ ନାରେ କରିବାରେ ସଫଳତା ହାସିଲ କରିଛନ୍ତି ।
ରୋହିତ ଶର୍ମା ଲଗାଇଲେ ସବୁଠାରୁ ଅଧିକ ଛକ୍କା
ରୋହିତ ଏହି ବିଶ୍ବକପ ସମୟରେ ପ୍ରାୟ ୩୧ଛକ୍କା ମାରିବାରେ ସଫଳତା ହାସିଲ କରିଛନ୍ତି । ବିଶ୍ବକପରେ ଏକ ସିଜିନରେ କୌଣସି ବ୍ୟାଟରଙ୍କ ଦ୍ବାରା ଏହା ହେଉଛି ସବୁଠାରୁ ଅଧିକ ଛକ୍କା ମାରିବାର ରେକର୍ଡ଼ ।
ବିଶ୍ବକପରେ ଖୁବ୍ ତୀବ୍ର ୫୦ଓ୍ବିକେଟ
ମହମ୍ମଦ ଶାମୀ ନିଜର ଓ୍ବାନ ଡେ ବିଶ୍ବକପ କ୍ୟାରିୟରରେ ୫୦ଓ୍ବିକେଟ ବି ପୂରା କରିଥିଲେ । ଶାମୀ ଦିନିକିଆ ବିଶ୍ବକପ ଇତିହାସରେ ଖୁବ୍ ତୀବ୍ର ୫୦ଓ୍ବିକେଟ ନେଇଥିବା ବୋଲର ହୋଇଛନ୍ତି ।
ଦିନିକିଆ ବିଶ୍ବକପର ନକଆଉଟ ମ୍ୟାଚରେ ସବୁଠାରୁ ବଡ଼ ସ୍କୋର୍
ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୯୭ରନ୍ କରିଥିଲା ଯାହା ଦିନିକିଆ ନକଆଉଟ ମ୍ୟାଚରେ କୌଣସି ବି ଟିମ୍ ଦ୍ବାରା କରାଯାଇଥିବା ସବୁଠାରୁ ବଡ଼ ସ୍କୋର ।
ପ୍ରଥମ ଅଧିନାୟକ ହେଲେ ରୋହିତ
ଏକ ବିଶ୍ବକପରେ ଅଧିନାୟକ ଭାବେ ସବୁଠାରୁ ଅଧିକ ରନ୍ କରିଥିବା ରେକର୍ଡ଼ ରୋହିତ ଶର୍ମା କରିଛନ୍ତି । ଏହି ବିଶ୍ବକପରେ ରୋହିତ ଅଧିନାୟକ ଭାବେ ଖେଳି ୫୯୭ରନ୍ କରିଛନ୍ତି । ରୋହିତ ଏଭଳି କରି କେନ ବିଲିୟମସନଙ୍କ ରେକର୍ଡ଼ ଭାଙ୍ଗି ଦେଇଛନ୍ତି । ନ୍ୟୁଜିଲାଣ୍ଡର କେନ ବିଲିୟମସନ ୨୦୧୯ବିଶ୍ବକପରେ ଅଧିନାୟକ ଭାବେ ୫୭୮ରନ୍ କରିଥିଲେ ।