ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶପଥ ନେଉ ନେଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ ରେବନ୍ତ ରେଡ୍ଡୀ, ‘ପ୍ରଗତି ଭବନ’ ବାହାରେ ଚାଲିଲା ବୁଲଡୋଜର

ହାଇଦ୍ରାବାଦ: ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ନିଜର ଏକ ପ୍ରତିଶ୍ରୁତି ପୂରଣ କରିଛନ୍ତି ରେବନ୍ତ ରେଡ୍ଡୀ । ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଦେଇଥିବା ଏକ ପ୍ରତିଶ୍ରୁତି ପୂରଣ କରି ସେ ଚର୍ଚ୍ଚାକୁ ଆସିଛନ୍ତି । ଏପରିକି ଶପଥ ଗ୍ରହଣ ଉତ୍ସବ ଶେଷ ହେବା ମାତ୍ରେ ହାଇଦ୍ରାବାଦରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କେତେକ ଶ୍ରମିକଙ୍କ ଗହଳି ଆରମ୍ଭ ହୋଇଯାଇଥିଲା । 

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ପ୍ରଗତି ଭବନ’ ବାହାରେ ଦୀର୍ଘ ୧୦ ବର୍ଷ ଧରି ଲାଗିଥିବା ଲୁହାର ବ୍ୟାରିକେଡ୍‌କୁ ହଟାଇ ଦେଇଛନ୍ତି ରେବନ୍ତ ରେଡ୍ଡୀ । ବୁଲଡୋଜର, ଟ୍ରାକ୍ଟର ଏବଂ ନିର୍ମାଣ ଶ୍ରମିକଙ୍କୁ ଲଗାଇ ଆଜି ଏହି ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି । ଜନସାଧାରଣଙ୍କ ପ୍ରବେଶ ଓ ଟ୍ରାଫିକ ଗତିବିଧିକୁ ସହଜ କରିବା ପାଇଁ ପ୍ରଗତି ଭବନ ସମ୍ମୁଖରେ ସ୍ଥାପିତ ଲୁହା ବ୍ୟାରିକେଡଗୁଡ଼ିକୁ ହଟାଇ ଦିଆଯାଇଛି ବୋଲି ଜଣେ କଂଗ୍ରେସ  ବିଧାୟକ ଟ୍ୱିଟରରେ ଜଣାଇଛନ୍ତି 

ପ୍ରାୟ ୫୦ କୋଟି ଟଙ୍କାରେ ନିର୍ମିତ ପ୍ରଗତି ଭବନ ହେଉଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ । ଏହା ପୂର୍ବରୁ ରେବନ୍ତ ରେଡ୍ଡୀ କହିଥିଲେ ଯେ ପ୍ରଗତି ଭବନର ଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଏହାର ନାମ ଡକ୍ଟର ବିଆର ଆମ୍ବେଦକର ପ୍ରଜା ଭବନରେ ପରିବର୍ତ୍ତନ କରାଯିବ । ତେବେ ୨୦୧୬ ମସିହାରେ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଥିବାବେଳେ ସହରର ମଧ୍ୟଭାଗରେ ଏହି କୋଠା ନିର୍ମାଣ କରିଥିଲେ । 

ଦେଶର ସବୁଠୁ ଯୁବ ରାଜ୍ୟ ତେଲେଙ୍ଗାନାର ନୂଆ ତଥା ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । ସେ ବିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ସ୍ଥାନ ନେଇଛନ୍ତି । ଦୀର୍ଘ ୧୦ ବର୍ଷ ଧରି ପ୍ରଗତି ଭବନରେ ରହି ଆସିଥିବା ଚନ୍ଦ୍ରଶେଖର ରାଓଙ୍କ ସ୍ଥାନରେ ଏବେ ଏହାର ମୁଖ୍ୟ ହୋଇଛନ୍ତି କଂଗ୍ରେସର ରେବନ୍ତ ରେଡ୍ଡୀ । ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହାଇଦ୍ରାବାଦର ଏଲବି ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା । ଏଥିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରମୁଖ ଯୋଗ ଦେଇଥିଲେ । 

  • congress
  • telengana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.