ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

୨୦୨୪ରେ ଟେସ୍‌ଲାର ଭାରତ ଏଣ୍ଟ୍ରି ! ଆସୁଛନ୍ତି ଏଲନ୍ ମସ୍କ୍, ଗୁଜରାଟ କିମ୍ବା ମହାରାଷ୍ଟ୍ରରେ ହୋଇପାରେ ପ୍ଲାଣ୍ଟ୍

ନୂଆଦିଲ୍ଲୀ,୧୯/୧୧: ଆସନ୍ତା ବର୍ଷ ଭାରତରେ ଟେସ୍‌ଲାର ଏଣ୍ଟ୍ରି ହୋଇପାରେ । ଏଲନ୍‌ ମସ୍କଙ୍କ କମ୍ପାନି ଟେସ୍‌ଲା ଭାରତ ଆସିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିସାରିଛି । ୨୦୨୪ରେ ମସ୍କଙ୍କ ଭାରତ ଗସ୍ତ ପୂର୍ବରୁ କମ୍ପାନି ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଲାଣି । ଏକ ବିଶେଷ ସୂତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

  ଭାରତର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ନିକଟରେ କାର୍ଲିଫର୍ଣ୍ଣିଆରେ ଟେସ୍‌ଲାର ଉତ୍ପାଦନ ୟୁନିଟ୍‌ ପରିଦର୍ଶନ କରିଛନ୍ତି । ସୂତ୍ର ଅନୁସାରେ, ଟେସ୍‌ଲା ଇଣ୍ଡିଆର କାରଖାନା ଗୁଜରାଟ କିମ୍ବା ମହାରାଷ୍ଟ୍ରରେ ହୋଇପାରେ । ପ୍ରତିବର୍ଷ ଏଠାରୁ ୫ ଲକ୍ଷ ଇଲେକ୍ଟ୍ରିକ୍‌ ଗାଡିର ଉତ୍ପାଦନ ହୋଇପାରେ । ଟେସ୍‌ଲା ଇଣ୍ଡିଆର ଏଣ୍ଟ୍ରି ଲେବଲ କାର ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା ରହିପାରେ । ଆମଦାନି ଶୁଳ୍କ ହ୍ରାସ ନେଇ କେନ୍ଦ୍ର ସରକାର ଏବଂ ଟେସ୍‌ଲା ମଧ୍ୟରେ ସହମତି ହୋଇଛି । ଏବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇନାହିଁ । ଆସନ୍ତା ବର୍ଷ ଜାନୁଆରୀରେ ମସ୍କଙ୍କ ସମ୍ଭାବ୍ୟ ଭାରତ ଗସ୍ତ ବେଳେ ଟେସ୍‌ଲା ଇଣ୍ଡିଆକୁ ନେଇ ଔପଚାରିକ ଘୋଷଣା ହୋଇପାରେ । ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ୨ କୋଟି ଇଭି ବିକ୍ରି କରିବା ପାଇଁ ମସ୍କ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ମସ୍କ ଏସିଆ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଭାରତକୁ ରପ୍ତାନି କ୍ଷେତ୍ର ବେସ୍‌ ବନାଇବାକୁ ଚାହୁଁଛନ୍ତି । ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଚୀନ୍‌ ନିର୍ମିତ ଇଲେକ୍ଟ୍ରିକ୍‌ ଯାନକୁ ଟକ୍କର ଦେବା ପାଇଁ ମସ୍କ ଭାରତରେ ଇଭି ଫ୍ୟାକ୍ଟ୍ରି ଲଗାଇବାକୁ ଚାହାନ୍ତି । ଏହାସହିତ ଭାରତର ଘରୋଇ ଇଭି ବଜାର ଉପରେ ବି ମସ୍କଙ୍କ ନଜର ରହିଛି । 

କାର୍ଲିଫଣ୍ଣିଆରେ ଟେସ୍‌ଲାର ଉତ୍ପାଦନ ୟୁନିଟ୍‌ ଗସ୍ତ ବେଳେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ଟେସ୍‌ଲା ଏହାର ସପ୍ଲାଏ ଚେନ୍‌ରେ ଭାରତକୁ ସାମିଲ କରିସାରିଛି । ଏହା ଏକ ସକାରାତ୍ମକ ପଦକ୍ଷେପ । ଗତବର୍ଷ ସୁଦ୍ଧା ଟେସ୍‌ଲା ଭାରତରୁ ପ୍ରାୟ ୮,୩୦୦ କୋଟି ଟଙ୍କାର ଉପକରଣ ମଗାଇଥିଲା । ଏ ବର୍ଷ ଶେଷ ସୁଦ୍ଧା ଏହା ନିଜର ଇଭିଗୁଡ଼ିକ ପାଇଁ ୧୬.୬ ହଜାର କୋଟି ଟଙ୍କାର ଯନ୍ତ୍ରାଂଶ ଭାରତରୁ ମଗାଇବ । ଭାରତୀୟ ଭେଣ୍ଡରମାନେ ୨୦୨୧ ପରଠାରୁ କମ୍ପାନିକୁ ଉପକରଣ ପଠାଉଛନ୍ତି । ଟେସ୍‌ଲାକୁ ଭାରତୀୟ ଉପକରଣର କ୍ୱାଲିଟି ପସନ୍ଦ ଆସୁଛି । ମସ୍କଙ୍କ କମ୍ପାନି ଟେସ୍‌ଲା ଭାରତରେ ହିଁ ‘ପାୱାର୍‌ୱାଲ୍‌’କୁ ଉତ୍ପାଦନ ଏବଂ ବିକ୍ରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ‘ପାୱାର୍‌ୱାଲ’ ଏକ ବ୍ୟାଟେରି ଷ୍ଟୋରେଜ୍‌ ସିଷ୍ଟମ, ଯାହା ସୋଲାର ପ୍ୟାନେଲ୍‌ରେ କାର୍ଯ୍ୟ କରିଥାଏ । ପ୍ରାୟ ୧ ମିଟରର ଉଚ୍ଚତାବିଶିଷ୍ଟ ଏହି ପାୱାରୱାଲ ସିଷ୍ଟମ୍‌କୁ ଗ୍ୟାରେଜ୍‌ କିମ୍ବା ଘର ବାହାରେ ରଖାଯାଇପାରେ । ଆମେରିକାର ହୋଷ୍ଟନ ଏବଂ ଡଲାସରେ  ‘ପାୱାର୍‌ୱାଲ’ ସିଷ୍ଟମ୍‌ରୁ ଲୋକେ ବଳକା ବିଦ୍ୟୁତ୍‌ର ଗ୍ରୀଡ୍‌କୁ ବି ବିକ୍ରି କରୁଛନ୍ତି । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲିଫର୍ଣ୍ଣିଆରେ ଟେସ୍‌ଲାର ଫ୍ୟାକ୍ଟ୍ରିରେ ‘ପାୱାର୍‌ୱାଲ୍‌’ର ପ୍ରଶଂସା କରିଥିଲେ ।

ଆମେରିକୀୟ ବଜାରରେ ଏବେ ଟେସ୍‌ଲା ୪ଟି ଇଲେକ୍ଟ୍ରିକ୍‌ କାର ବିକ୍ରି କରୁଛି । ଏଥିମଧ୍ୟରେ ରହିଛି ମଡେଲ ଏସ୍‌, ମଡେଲ୍‌ ୩, ମଡେଲ୍‌ ଏକ୍ସ ଏବଂ ମଡେଲ ୱାଇ । ଏଥିମଧ୍ୟରୁ ମଡେଲ ୩ ସବୁଠୁ ଶସ୍ତା । ଆମେରିକାରେ ଏହାର ଦାମ ୩୨,୭୪୦ ଡଲାର । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୨୬.୮୭ ଲକ୍ଷ ଟଙ୍କା । ଏହି କାର ଗୋଟିଏ ଚାର୍ଜରେ ୫୩୫ କିଲୋମିଟର ଯାଇଥାଏ । 

Copyright © 2022 - Summa Real Media Private Limited. All Rights Reserved.