ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଶନ ଶକ୍ତି ବଜାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଢିଙ୍କିକୁଟା ଚାଉଳରୁ କୋରାପୁଟ କଫି... ଗୋଟିଏ ଛାତ ତଳେ ସବୁ ମିଳିବ

ଭୁବନେଶ୍ୱର, ୨୮/୦୨ : ଗୋଟିଏ ଛାତ ତଳେ ଭଳିକି ଭଳି ସାମଗ୍ରୀ । ବିକ୍ରିବଟା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଏସ୍‌ଏଚଜି ମାଆମାନେ ସାମଗ୍ରୀ ଆଣିବେ । ବିକ୍ରିବଟା କରିବେ । ହାତ ପାଆନ୍ତାରେ ଗ୍ରାହକ ମନ ମୁତାବକ ସାମଗ୍ରୀ କିଣିପାରିବେ। ଏସଏଚଜି ମାଆମାନେ ଉପଯୁକ୍ତ ବଜାର ମୂଲ୍ୟ ପାଇବେ । ଏମିତି ସୁଯୋଗ ଆଣିଛି ମିଶନ ଶକ୍ତି ବଜାର । ମଙ୍ଗଳବାର ରାଜଧାନୀରେ ମିଶନ ଶକ୍ତି ବଜାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । 

ମିଶନ ଶକ୍ତି ବଜାର(ଏସ୍‌ଏସ୍‌ବି) ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟର ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ମହିଳାଙ୍କ ନିରନ୍ତର ଜୀବିକା ନିର୍ବାହ ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ହେବ। ମହିଳାମାନଙ୍କ ପାଇଁ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ୫ଟି ପଦକ୍ଷେପ ଅଧୀନରେ ଏହା ବିକଶିତ ହୋଇଛି । ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଫେବୃଆରୀ ୧୯ରେ ଏମଏସବି ପରିଦର୍ଶନ କରିଥିଲେ । ଉଦ୍‌ଘାଟନ ପୂର୍ବରୁ ଶେଷ ପର୍ଯ୍ୟାୟ ପ୍ରସ୍ତୁତିର ତଦାରଖ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରସ୍ତୁତ ହେଉଥିବା ଏସ୍‌ଏଚ୍‌ଜି ଉତ୍ପାଦ ମିଶନ ଶକ୍ତି ବଜାରରେ ବିକ୍ରି ହେବ। ରାଜ୍ୟର ବିଭିନ୍ନ ସ୍ଥାନରୁ କ୍ୟୁରେଟେଡ୍‌ ମିଶନ୍‌ ଶକ୍ତି ଏସ୍‌ଏଚ୍‌ଜି ଉତ୍ପାଦର ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଏହା ଆର୍ଟ ବୁଟିକ୍‌ ଷ୍ଟୋର୍‌ ଭାବେ କାମ କରିବ । ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍‌ ଦ୍ୱାରା ଏହି ବଜାର ପରିଚାଳିତ ହେବ । ଏଥିରେ ୨୦୦ ସହ ଏସ୍‌ଏଚ୍‌ଜି ଅଂଶୀଦାର ଉତ୍ପାଦକ ଗୋଷ୍ଠୀ ଏବଂ ଏସ୍‌ଏଚ୍‌ଜି ଉତ୍ପାଦକ କମ୍ପାନୀଗୁଡିକ ଅଛନ୍ତି । ଯେଉଁ ମହିଳାମାନେ ତାଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା କରିବାକୁ ଚାହିଁବେ ସେହିଭଳି ଲକ୍ଷ ଲକ୍ଷ ମହିଳାଙ୍କୁ ଏ ବଜାରେ ଏକାଠି କରିବ । ସେମାନେ ନିଜ ଉତ୍ପାଦ ସାମଗ୍ରୀ ଏହି ପ୍ଲାଟଫର୍ମରେ ବିକ୍ରି କରିପାରିବେ । 

କେଏମ୍‌ଏଫପି କମ୍ପାନି ଜରିଆରେ ମିଶନ ଶକ୍ତି ବିଭାଗ ଲକ୍ଷ୍ୟ ରଖିଛି ଆଗକୁ ବଜାର ଚେନକୁ ବିସ୍ତାର କରିବ । ଯେଉଁ ମହିଳାମାନେ ଓଡ଼ିଶାରେ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେହି ମହିଳାମାନଙ୍କୁ ଉତ୍ସାହିତ କରାଯିବ । ଏହି ଉତ୍ପାଦକ କମ୍ପାନୀକୁ ସମର୍ଥନ କରିବା ପାଇଁ କାଲଗୁଡି ବୈଷୟିକ ସେବା ସଂସ୍ଥା ଏଜେନ୍‌ସି ଭାବେ କାମ କରିବ । ମିଶନ ଶକ୍ତି ବଜାରର ମୂଳ ଲକ୍ଷ୍ୟ ହେଉଛି ସ୍ଥାୟୀ ବଜାର ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟ ସୁନିଶ୍ଚିତ କରି ମିଶନ ଶକ୍ତି ଉତ୍ପାଦକୁ ଏକ ବିକ୍ରୟ ପ୍ଲାଟଫର୍ମ ଦେବା । ସହରାଞ୍ଚଳରେ ବର୍ଷ ସାରା ମିଳୁନଥିବା ଉତ୍ପାଦକୁ ସହରବାସୀଙ୍କୁ ଯୋଗାଇବା । ଏହି ବଜାର ଏସ୍‌ଏଚ୍‌ଜିଙ୍କ ଦ୍ୱାରା କୃଷି ଓ ଅଣକୃଷିଜାତ ସାମଗ୍ରୀ ବିକ୍ରିବଟାର ସୁଯୋଗ ପ୍ରଦାନ କରିବ । ଏଥିରେ ଇ-କମର୍ସ ପୋର୍ଟାଲ ମଧ୍ୟ ରହିବ । ଯାହା ମହିଳାମାନଙ୍କୁ ଏକ ଅନଲାଇନ୍‌ ମାର୍କେଟପ୍ଲେସ୍‌ ମାଧ୍ୟମରେ ଉଦ୍ୟୋଗରେ ପ୍ରବେଶ କରିବାର ସୁଯୋଗ ପ୍ରଦାନ କରିବ । 

ଏହି ଏମ୍‌ଏସ୍‌ବି ବଜାରରେ ଢ଼ିଙ୍କି-କୁଟା ଚାଉଳ, କନ୍ଧମାଳ ହଳଦୀ, କୋଟପାଡ୍‌ ଶାଢ଼ୀ, ଡାଙ୍ଗରିଆ ସାଲ୍‌, ଡୋକ୍ରା ହସ୍ତଶିଳ୍ପ ମିଳିବ । ଏହାଛଡ଼ା ହସ୍ତତନ୍ତ କନ୍‌ସା କଟଲେରୀ ସାମଗ୍ରୀ (ପିତ୍ତଳ), ଗୋଲଡେନ୍‌ ଗ୍ରାସ ଏବଂ ସବାଇ ହସ୍ତଶିଳ୍ପ ପରି ଘର ସାଜସଜ୍ଜା ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ । ଏଠାରେ ଗ୍ରାହକମାନେ କୋରାପୁଟ କଫିର ମଜା ମଧ୍ୟ ନେଇପାରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌, ମିଶନ୍‌ ଶକ୍ତି କମିଶନର୍‌ ତଥା ସଚିବ ସୁଜାତା ରାଉତ୍‌ କାର୍ତ୍ତିକେୟନ୍‌ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.