ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଦୀର୍ଘ ୧୦ବର୍ଷ ଯାତନାର ଅନ୍ତ, ୩ କିମିର ବକ୍ସଡ୍ରେନ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ,୨୯/୦୨: ଦୀର୍ଘ ୧୦ବର୍ଷ ଯାତନାର ଅନ୍ତ । ବକ୍ସଡ୍ରେନ୍‌ ଯନ୍ତ୍ରଣାରୁ କଟକ ସହରବାସୀଙ୍କୁ ମୁକ୍ତି ମିଳିଛି । ଗୁରୁବାର ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରାୟ ୩ କିମିର ବକ୍ସଡ୍ରେନ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରଫେସରପଡ଼ା ଦୁର୍ଗାମଣ୍ଡପ ସାମ୍ନାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ୍‌ କନ୍‌ଫରେନ୍ସିଂ ଜରିଆରେ ଏହି ବକ୍ସଡ୍ରେନ୍‌କୁ କଟକ ସହରବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।  

ଅଧିକାଂଶ ବର୍ଷ ଉଦ୍‌ବୃତ୍ତ ବର୍ଷାଜଳରେ କଟକ ସହର ଉବୁଟୁବୁ ହେଉଥିବା କାରଣରୁ ଏଥିରୁ ସହରକୁ ରକ୍ଷା କରିବା ପାଇଁ ମୁଖ୍ୟ ଡ୍ରେନ୍‌ ସହ ଏହି ବକ୍ସଡ୍ରେନ୍‌ ନିର୍ମାଣ ହୋଇଛି । ୧୧ କିମି ବ୍ୟାପି ଏହି ଡ୍ରେନ୍‌ରୁ କେବଳ ବକ୍ସ ଡ୍ରେନ୍‌ ହେଉଛି ପ୍ରାୟ ୩ କିମି । ଏହି  ଡ୍ରେନ୍‌ ନିର୍ମାଣ କାର୍ଯ୍ୟର ଭିତ୍ତିଭୂମି ପ୍ରଥମେ ୨୦୧୩ରେ ପଡ଼ିଥିଲା । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଠିକାସଂସ୍ଥାର ଚୁକ୍ତିକୁ ବାତିଲ୍‌ କରି ଦିଆଯାଇଥିଲା । ପରେ ଏଥିପାଇଁ ଆଉ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା ।  

ଡ୍ରେନ୍‌ କାର୍ଯ୍ୟ ଚାଲିଥିଲେ ମଧ୍ୟ ବକ୍ସଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଜାଇକା ପରେ ଦାୟିତ୍ୱ ନେଇଥିବା ୱାଟ୍‌କୋ ପାଇଁ ବଡ଼ ଚାଲେଞ୍ଜ୍‌ ସୃଷ୍ଟି କରିଥିଲା। କାରଣ ପଟ୍ଟାପୋଲଠାରୁ ଆରମ୍ଭ ହୋଇଥିବା ବକ୍ସଡ୍ରେନ୍‌ କାର୍ଯ୍ୟ ଛତ୍ରବଜାର ପର୍ଯ୍ୟନ୍ତ ଆସିଲା ବେଳେ ଅନେକ ଘର ଏହି ଡ୍ରେନ୍‌ ପାର୍ଶ୍ୱରେ ପଡ଼ିଥିଲା । ଡ୍ରେନ୍‌ ପାଇଁ ଖୋଳାବେଳେ ଅନେକ ଘର ପ୍ରତି ଏହା ବିପଦ ସୃଷ୍ଟି କରିଥିଲା । ଖୋଳାଯାଉଥିବା ମେସିନ୍‌ର କମ୍ପନରେ କେତେକ ଘରର କାନ୍ଥ ଭାଙ୍ଗି ଯାଇଥିଲା ବେଳେ ଘରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଥିଲା । 

ତେଣୁ ଘରକୁ ବିପଦରେ ନ ପକାଇ ଯେପରି ଡ୍ରେନ୍‌ ଖୋଳିହେବ ସେଥିପାଇଁ ଜାପାନରୁ ଏକ ସ୍ୱତନ୍ତ୍ର ମେସିନ୍‌ ଅଣାଯାଇଥିଲା। ୨୦୨୩ ମାର୍ଚ୍ଚରୁ ୨୫୯୦ ମିଟର ଦୀର୍ଘ ବକ୍ସଡ୍ରେନ୍‌ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ବୋଲି ଏହାର ଦାୟିତ୍ୱରେ ଥିବା ୱାଟ୍‌କୋ ଡ୍ରେନେଜ୍‌ ଡିଭିଜନ୍‌ ମ୍ୟାନେଜର୍‌ ବିଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି । 

ଶ୍ରୀ ପଣ୍ଡା କହିଛନ୍ତି ଯେ, ଇତିମଧ୍ୟରେ ବକ୍ସଡ୍ରେନ୍‌ର ୨୮୦୦ ମିଟର କାର୍ଯ୍ୟ ଅର୍ଥାତ ପଟ୍ଟାପୋଲଠାରୁ ପ୍ରଫେସରପଡ଼ା ପର୍ଯ୍ୟନ୍ତ କାମ ଶେଷ ହୋଇଯାଇଛି । ଆଉ ୧୯୪ ମିଟର କାର୍ଯ୍ୟ ବାକି ରହିଛି । ଏହି କାର୍ଯ୍ୟ ପ୍ରଫେସରପଡ଼ାଠାରୁ ଆରମ୍ଭ ହୋଇ ଛତ୍ରବଜାର ପର୍ଯ୍ୟନ୍ତ ଚାଲିବ । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ। ଛତ୍ରବଜାରରୁ ମାତୃଭବନ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ୮୧୦ ମିଟରର ଓପନ୍‌ ଡ୍ରେନ୍‌ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ସରିବ । ଅନ୍ୟପଟେ ମାତୃଭବନଠାରୁ ମତ୍ତଗଜପୁର ପର୍ଯ୍ୟନ୍ତ ଓପନ୍‌ ଡ୍ରେନ୍‌ କାର୍ଯ୍ୟ ଚାଲିଛି । ଏଥିରୁ ଆଉ ମାତ୍ର ଗୋଟେ କିଲୋମିଟର କାର୍ଯ୍ୟ ବାକି ରହିଛି ।  

ବର୍ଷାଜଳ ନିଷ୍କାସନରେ ଏହି ବକ୍ସଡ୍ରେନ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ୱାଟ୍‌କୋ ମ୍ୟାନେଜର ଶ୍ରୀ ପଣ୍ଡା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଟିଭି ଷ୍ଟେସନ୍‌ଠାରୁ ଆରମ୍ଭ କରି, ଖ୍ରାଷ୍ଟ କଲେଜ୍‌, ଚଣ୍ଡୀ ମନ୍ଦିର, ଖଟ୍‌ବିନ୍‌ ସାହି, ଓଡ଼ିଆ ବଜାର, ସୂତାହାଟ, ପଟ୍ଟାପୋଲ, ବକ୍ସିବଜାର, ମେରିଆ ବଜାର, ରାଉସାପାଟଣା, ଗହ୍ମାଡ଼ିହ, ପ୍ରଫେସରପଡ଼ା ଆଦି ଅଞ୍ଚଳରେ ସମସ୍ତ ଉଦ୍‌ବୃତ୍ତ ବର୍ଷାଜଳ ସିଧାସଳଖ ଆସି ଏହି ବକ୍ସଡ୍ରେନ୍‌ରେ ପଡ଼ିବ । କଟକ ସହରରେ ଦୁଇ ଦିନ ଧରି ବର୍ଷା ହେଲେ ବି ଗୋଟେ ବୁନ୍ଦା ପାଣି ଏହିସବୁ ଅଞ୍ଚଳରେ ସଡ଼କ ଉପରେ ଜମା ହେବ ନାହିଁ କିମ୍ବା କାହା ଘରେ ପଶିବ ନାହିଁ ବୋଲି ସେ କହିଛନ୍ତି ।  କିନ୍ତୁ ବକ୍ସଡ୍ରେନ୍‌ର ଲାଭ କେବଳ ଏତିକିରେ ସୀମିତ ହୋଇ ରହିବ ନାହିଁ । ବକ୍ସଡ୍ରେନ୍‌ ଯାତାୟାତର ମୁଖ୍ୟ ମାଧ୍ୟମ ପାଲଟିବ । ଏଥିରେ ବଡ଼ ଗାଡ଼ି ସହ ସାଇକେଲ୍‌ ଟ୍ରାକ୍‌, ଫୁଟ୍‌ପାଥ୍‌ ମଧ୍ୟ ରହିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.