ଗୋପାଳପୁର,୧୦/୧ : ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସି ରାଜ୍ୟପାଳ ରଘୁବର ଦାସ ବୁଧବାର ପୂର୍ବାହ୍ନରେ ରଙ୍ଗେଈଲୁଣ୍ଡା ଏୟାରଷ୍ଟ୍ରିପରେ ଅବତରଣ କରିଛନ୍ତି । ଏଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଏସପି ଡ. ଶ୍ରବଣ ବିବେକ ଏମ୍, ଏସଡିପିଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସାଇବର ଡିଏସପି ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏୟାରଷ୍ଟ୍ରିପରେ ରାଜ୍ୟପାଳଙ୍କୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା । ପରେ ସେ ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ଦେଇ ପାରଳାଖେମୁଣ୍ଡି ଗସ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡିରୁ ଫେରି ଗୋପାଳପୁରରେ ସେ ରାତ୍ରରହଣୀ କରିବେ । ଗୁରୁବାର ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...