ସମ୍ବଲପୁର, ୧୩।୧୧ : ୨ ଦିନିଆ ସମ୍ବଲପୁର ଗସ୍ତରେ ଆସିବେ ରାଷ୍ଟ୍ରପତି। ଆସନ୍ତା ୨୧ ଓ ୨୨ ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ତାଙ୍କର ଗସ୍ତ ଓ ରହଣୀ ସମ୍ପର୍କରେ ଆଲୋଚନା ହୋଇଛି। ଏହା ସହ ରାଷ୍ଟ୍ରପତି ଯେଉଁ ଅନୁଷ୍ଠାନକୁ ଯିବେ ସେହି ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ କମିଶନର, ସମ୍ବଲପୁର ଏସପି, ଭିସୁଟ କୂଳପତି ପ୍ରମୁଖ ଯୋଗ ଦେଇଥିଲେ ।
ରାଷ୍ଟ୍ରପତିଙ୍କ ଗସ୍ତର ସବିଶେଷ ତଥ୍ୟ ଆସିନଥିବାରୁ କାରକେଡ ନେଇ ସ୍ଥିରିକୃତ ହୋଇନଥିବା ଏସପି କହିଛନ୍ତି। ସେପଟେ ମା ସମଲେଶ୍ଵରୀ ମନ୍ଦିର ମଧ୍ୟ ଦର୍ଶନ କରିବାର କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।