ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଁରେ ନାହିଁ ଗୋଟେ ହେଲେ ସଡ଼କ; ନା ବାଇକ୍ ଚାଲେ ନା କାର୍, ଡଙ୍ଗାରେ ଯା’ଆସ କରନ୍ତି ଲୋକେ

ନୂଆଦିଲ୍ଲୀ, ୨୦।୨: ଅନେକ ଲୋକଙ୍କୁ ବୁଲିବା ଖୁବ୍ ପସନ୍ଦ । ଟିକିଏ ମଉକା ମିଳିବା ମାତ୍ରା, ଗାଡ଼ି ନେଇ ବାହାରିପଡ଼ନ୍ତି ଭ୍ରମଣ କରିବାକୁ । କିନ୍ତୁ, ଯଦି ଆପଣ ଏକ ଏଭଳି ସ୍ଥାନକୁ ଗାଡ଼ି ନେଇ ଯିବେ ଯେଉଁଠାରେ ଗୋଟିଏ ହେଲେ ସଡ଼କ ନଥିବ । ବୋଧହୁଏ ଏଭଳି ସ୍ଥାନ ବିଷୟରେ ଆପଣ କଳ୍ପନା ବି କରିନଥିବେ । କିନ୍ତୁ, ବିଶ୍ୱରେ ବାସ୍ତବରେ ଏକ ଏଭଳି ସ୍ଥାନ ରହିଛି ଯେଉଁଠାରେ ଗୋଟିଏ ହେଲେ ସଡ଼କ ନାହିଁ । ରାସ୍ତା ପରିବର୍ତ୍ତେ ଏଠାରେ ସବୁ ସ୍ଥାନରେ କେନାଲ ଦେଖିବାକୁ ମିଳେ । ଆଶ୍ଚର୍ଯ୍ୟର କଥା ଯେ, ଏଠାରେ ବାସ କରୁଥିବା ଲୋକମାନେ ମଧ୍ୟ ରାସ୍ତା ତିଆରି କରିବାକୁ ଆଗ୍ରହ ପ୍ରକାଶ କରିନଥାନ୍ତି । ଏହି ଗାଁ ଦେଖିବାକୁ ଏତେ ସୁନ୍ଦର ଯେ, ଦୂରଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି । ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ।  

ନେଦରଲାଣ୍ଡର ଛୋଟିଆ ଗାଁ ‘ଗିଥୋର୍ନ’ । ଏହି ଗାଁର ବିଶେଷତା ହେଲା ଏଠାରେ ଗୋଟିଏ ହେଲେ ରାସ୍ତା ନାହିଁ । ଗାଁର ଚାରିପାର୍ଶ୍ୱ କେବଳ କେନାଲରେ ପରିପୂର୍ଣ୍ଣ । ଗୋଟିଏ ସ୍ଥାନରୁ ଅନ୍ୟ ଜାଗାକୁ ସ୍ଥାନକୁ ହେଲେ ଡଙ୍ଗା ସାହାଯ୍ୟରେ ପାର୍ ହୁଅନ୍ତି ଏଠାକାର ବାସିନ୍ଦା । ଏଠାରେ ରାସ୍ତା ନଥିବା ହେତୁ ଗାଁରେ କୌଣସି ଲୋକ କାର୍ କିମ୍ୱା ବାଇକ୍ କିଣନ୍ତି ନାହିଁ । କିନ୍ତୁ, ଗାଁରେ ରହୁଥିବା ପ୍ରତ୍ୟେକ ପରିବାରର ନିଜସ୍ୱ ଡଙ୍ଗା ଅଛି । ଗାଁର ସୌନ୍ଦର୍ଯ୍ୟତା ପାଇଁ ଏହାକୁ ନେଦରଲାଣ୍ଡର ଭେନିସ୍ ବୋଲି କୁହାଯାଏ ।  

ଏହି ଗାଁ ୧୨୩୦ ମସିହାରେ ସ୍ଥାପିତ ହୋଇଥିଲା । ଏହି ଗାଁ ବିଶ୍ୱରେ ଏକ ପ୍ରସିଦ୍ଧ ପର୍ଯ୍ୟଟକସ୍ଥଳୀ ଭାବେ ପରିଚିତ । ଏଠାରେ ପ୍ରାୟ ୩୦୦୦ ଲୋକ ବାସ କରନ୍ତି । ଯାନାବାହାନ ଚଳାଚଳ ନଥିବାରୁ ଏଠାକାର ଶାନ୍ତିପୂର୍ଣ୍ଣ ପରିବେଶ ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ । ଏଠାକାର କେନାଲରେ ଇଲେକ୍ଟ୍ରିକ୍ ଡଙ୍ଗା ଚାଲେ । ଆଜିକାଲି ପ୍ରତ୍ୟେକ ସ୍ଥାନରେ ପ୍ରଦୂଷଣର ମାତ୍ରା ବଢ଼ିଚାଲିଥିବା ବେଳେ ନେଦରଲାଣ୍ଡର ଏହି ଗାଁରେ ଆଦୌ ପ୍ରଦୂଷଣ ଦେଖିବାକୁ ମିଳେନାହିଁ । ଏହି ଗାଁକୁ ୟୁରୋପ ‘ଜିରୋ ପ୍ରଦୂଷଣ ଗାଁ’ ଭାବେ ଘୋଷଣା କରିଛି । ଗାଁରେ ୧୮୦ଟି ପୁଲ୍ ରହିଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଗାଁ ବାହାରେ ନିଜ କାର୍‌କୁ ରଖିବାକୁ ପଡ଼େ । ପରେ ବୋଟ୍ ବା ଡଙ୍ଗା ସାହାଯ୍ୟରେ ପୂରା ଗାଁ ବୁଲିଥାନ୍ତି । ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରାନ୍ତରୁ ଅନେକ ପର୍ଯ୍ୟଟକ ଏହି ଗାଁକୁ ବୁଲିବାକୁ ଆସନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.