ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଜଣା ଗାଡି ଧକ୍କାରେ ଭାଲୁ ମୃତ

ଭୁବନ, ୨୯/୦୧ : ଅଜଣା ଗାଡି ଧକ୍କାରେ ଭାଲୁ ମୃତ। ଭୁବନ ଥାନା ନିକଟ ୫୩ ନଂ ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି। ଜାତୀୟ ରାଜପଥ ଉପରେ ଏକ ଭାଲୁର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । 

ଭାଲୁଟି ଖାଦ୍ୟ ଅନେଶ୍ବଣରେ ଭାରତୀ ପାହାଡରୁ ଜାତୀୟ ରାଜପଥ ୫୩ ପାର ହୋଇ ବ୍ରାହ୍ମଣୀ ନଦୀ ପଠାରେ ଥିବା ଆଖୁ କିଆରୀକୁ ଯାଉଥିବା ଅନୁମାନ କରାଯାଉଛି । ତେବେ ରାଜପଥ ପାର ହେବା ସମୟରେ କେହି ଅଜଣା ଗାଡି ଭାଲୁଟିକୁ ଧକ୍କା ଦେଇଛି। ଖବର ପାଇ ଭୁବନ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁଟିକୁ ଉଦ୍ଧାର କରି କଞ୍ଚନବାହାଳୀ ନର୍ସରୀରେ ରଖିଥିଲେ। ପରେ ଢେଙ୍କାନାଳରୁ ଜଣେ ଡାକ୍ତରଙ୍କୁ ଡାକି ଭାଲୁଟିର ପୋଷ୍ଟ ମର୍ଟମ କରାଇ କଞ୍ଚନବାହାଳୀ ସଂରକ୍ଷିତ ଜଙ୍ଗଲରେ ପୋତିଥିବା ଜଣାପଡିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.