ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖଳାରେ ପଡ଼ିଛି ମହିଳାଙ୍କ ଶବ, ହତ୍ୟା ନା ଆତ୍ମହତ୍ୟା !

ଦେବଗଡ଼, ୪।୦୨: ରିଆମାଳ ଥାନା ବୁଡ଼ିଦ ଗ୍ରାମର ଖଳାମାଳରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ପାଟିରୁ ଫେଣ ବାହାରୁ ଥିବାବେଳେ ପାଖରେ ଏକ ଠିପି ଖୋଲା ବିଷ ବୋତଲ ପଡ଼ିଥିବା ଦେଖାଯାଇଛି । ମହିଳାଙ୍କ ଜଣକ ୬୦ ବର୍ଷୀୟ ବୈତ ବେହେରା ବୋଲି ଜଣାପଡ଼ିଛି । 

ତାଙ୍କ ସ୍ୱାମୀ ୬୫ ବର୍ଷୀୟ ତ୍ରିବେଣୀ ବେହେରା କହିବା ଅନୁସାରେ, ଗତକାଲି ରାତି ଘରେ ସମସ୍ତେ ଖାଇ ଶୋଇଥିଲେ । ଆଜି ସକାଳୁ ସେ ଖଳାକୁ ପୁଆଳ ନେବାପାଇଁ ଆସିଥିଲେ । ପରେ ସେଠାରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ଦେଖିଥିଲେ । ପାରିପାର୍ଶ୍ଵିକ ସ୍ଥିତି ଏବଂ ଘଟଣାକୁ ଦେଖିଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୁଲିସ ତଦନ୍ତ ପରେ ଜଣାପଡ଼ିବ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଥାନାଧିକାରୀ ସରସ୍ୱତୀ ଟୁଡୁ କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.