କଟକ, ୧୪।୧୧ : ୫ ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ। କଟକ ଜିଲ୍ଲା ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ମୃତଦେହ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କଟକ କଲ୍ୟାଣନଗରର ଦଶମ ଶ୍ରେଣୀ ଛାତ୍ର ପାଞ୍ଚ ଦିନ ହେବ ନିଖୋଜ ଥିଲେ । ଏନେଇ ମଧୁପାଟଣା ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ନିଖୋଜ ଛାତ୍ରଙ୍କ ଠାବ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । କିନ୍ତୁ ତାପରେ ବି ପତ୍ତା ମିଳିନଥିଲା । ଶେଷରେ ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ନିଖୋଜ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ଏହାପରେ ତୁରନ୍ତ ମଧୁପାଟଣା ଥାନାକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଛାତ୍ରଙ୍କ ମୃତଦେହରେ କ୍ଷତବିକ୍ଷତ ଚିହ୍ନ ରହିଛି । ଛାତ୍ରଙ୍କୁ ହତ୍ୟା କରାଯାଇଛି ନା ଆଉ କିଛି । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।