ଜହ୍ନାପଙ୍କ, ୧୨/୯ : ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟିହେଲା କାର୍। ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ୫୭ ନଂ ରାଜପଥ ଜହ୍ନାପଙ୍କ ଓଭର ହେଡ୍ ଟାଙ୍କି ନିକଟରେ ସୋମବାର ରାତି ପ୍ରାୟ ୧ ଟାରେ ଏହି ଦୁର୍ଘଟଣା ଘଟିଛି। ଓଡ଼ି ୦୫ଏ ୬୪୫୧ ନଂ ବିଶିଷ୍ଟ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ରେ ବସିଥିବା ଗୋଟିଏ ପରିବାରର ୪ ସଦସ୍ୟ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସକାଳ ପ୍ରାୟ ୪ ଟାରେ ବସ୍ ଯୋଗେ ସମସ୍ତେ ନିଜ ଗନ୍ତବ୍ୟ ସ୍ଥଳକୁ ପଳାଇଥିଲେ।
ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଆଗପଟ ଡାହାଣ ପାର୍ଶ୍ୱର ଏକ ଚକ ଚୋରି ହୋଇଥିବା ଜଣା ପଡିଛି। ସକାଳେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବତ କରି ଫାଣ୍ଡିରେ ରଖିଥିବା ଜଣା ପଡିଛି। ପାରିବାର ଲୋକଙ୍କ ପରିଚୟ ମିଳିପାରି ନାହିଁ। ତେବେ ଚାଳକର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।