ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିହ୍ନନ୍ତୁ କିଏ ? ଦମ୍ପତି ୱେଡିଂରେ ଖର୍ଚ୍ଚ କରିଥିଲେ ୧୦୦ କୋଟି ଟଙ୍କା , ମାତ୍ର ୫୦ ଅତିଥିଙ୍କୁ ହୋଇଥିଲା ନିମନ୍ତ୍ରଣ

ମୁମ୍ୱାଇ : ବଲିଉଡ୍‌ର ସବୁଠୁ ମହଙ୍ଗା ବିବାହ କରିଥିବା ଏହି ଦମ୍ପତି ଖୁବ୍‌ ପ୍ରସିଦ୍ଧ। ଏହି ଯୋଡ଼ି ଆଜିକୁ ୬ ବର୍ଷ ପୂର୍ବେ ପରିବାର ଓ ବନ୍ଧୁଙ୍କ ଉପସ୍ଥିତିରେ ସାତ ଫେରେ ନେଇଥିଲେ। କୁହାଯାଏ କି ଦମ୍ପତି ସେମାନଙ୍କର ବାହାଘରକୁ ମାତ୍ର ୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଏହି ୫୦ ଜଣ ଅତିଥିଙ୍କ ଆତିଥ୍ୟେୟତାରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଚିହ୍ନନ୍ତୁ ତ କିଏ ? ଏହି ଦମ୍ପତି ଭାରତରେ ନୁହେଁ ଇଟାଲୀରେ ବିବାହ କରିଥିଲେ। ଏବେ ବି ତାଙ୍କୁ ଚିହ୍ନି ପାରୁ ନାହାନ୍ତି ? ଆସନ୍ତୁ ତାହାଲେ ଏହି କପଲଙ୍କ ବିଷୟରେ ଜାଣିବା। 

ଏହି ଯୋଡ଼ି ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍ସ ନୁହେଁତ। ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବିତ , ପ୍ରିୟଙ୍କା ଓ ନିକ୍‌ ନିଜର ବାହାଘରରେ ୩କୋଟି ଟଙ୍କା ଖର୍ଚ୍ଚ କରି ଥିଲେ। କିୟାରା ଆଡବାଣୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହରେ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହରେ ୪କୋଟି ଟଙ୍କା ଓ ଦୀପିକା ପାଦୁକୋଣ-ରଣବୀର ସିଂହଙ୍କ ବିବାହରେ ୭୭ କୋଟି ଟଙ୍କାର ଖର୍ଚ୍ଚ ହୋଇଥିଲା। ଏବେ ଆପଣ ଭାବୁ ଥିବେ କି ଯଦି ପ୍ରିୟଙ୍କା, କିଆରା , କାଟ୍ରିନା ଓ ଦୀପିକା  ନୁହଁନ୍ତି ତ ଆଉ କିଏ ତାହେଲେ ? ଏ ଯୋଡ଼ି ହେଉଛନ୍ତି ବିରୁଷ୍କା। ବିରାଟ କୋହଲି ଓ ଅନୁଷ୍କା ଶର୍ମା। 

ଅନୁଷ୍କା ଶର୍ମା ନିଜ ବିବାହରେ ପେଷ୍ଚଲ କଲରର ଲେହେଙ୍ଗା ପିନ୍ଧି ଥିଲେ। ହର୍‌ ଜିନ୍ଦେଗୀର ଖବର ମୁତାବିକ, ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇ ଥିବା ଏହି ଲେହେଙ୍ଗା ପାଖାପାଖି ୩୦ ଲକ୍ଷ ଟଙ୍କାର ଥିଲା। ଅନୁଷ୍କା ଓ ବିରାଟଙ୍କ ବିବାହ ଯେଉଁ ରିଜର୍ଟରେ ହୋଇଥିଲା ,ସେହି ରିଜର୍ଟ ବିରୁଷ୍କାଙ୍କ ବିବାହ ପାଇଁ ଡିସେମ୍ୱରରେ ଖୋଲା ଯାଇଥିଲା। ନୁହେଁତ ଏହି ରିଜର୍ଟ ସର୍ବଦା ଅପ୍ରେଲ ମାସରେ ଖୋଲି ଥାଏ। ଖାଲି ଏତିକି ନୁହେଁ , ଉଭୟଙ୍କର ବିବାହ ପାଇଁ ବିଶେଷ ଭାବେ ହଲାଣ୍ଡରୁ ଫୁଲ ଅର୍ଡର ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.