ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ, ୬ ବର୍ଷ ପରେ ହତ୍ୟାକାରୀ ଗିରଫ

Published By : Prameya | February 3, 2024 1:50 PM

ବ୍ରହ୍ମପୁର, ୦୩/୦୨ : ୬ ବର୍ଷ ପରେ ଗିରଫ ହେଲା ହତ୍ୟାକାରୀ। ତ୍ରିକୋଣୀୟ ପ୍ରେମରୁ ୨୦୧୭ରେ ଦିଗପହଣ୍ଡି ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ରାମ ମଲ୍ଲିକ ଗିରଫ ହୋଇଛି। ୬ ବର୍ଷ ପରେ ଦିଗପହଣ୍ଡି ପୋଲିସ ଗିରଫ କରିଛି । 

ସୂଚନାନୁଯାୟୀ, ୨୦୧୭ରେ ଦିଗପହଣ୍ଡି ଥାନା ଅଞ୍ଚଳରେ ତ୍ରିକୋଣୀୟ ପ୍ରେମରୁ ଏକ ହତ୍ୟାକାଣ୍ଡ ଘଟିଥିଲା। ଜଣେ ମହିଳାଙ୍କ ସହ ନିରଞ୍ଜନ ମଲ୍ଲିକଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅଭିଯୁକ୍ତ ରାମ ମଲ୍ଲିକ ମଧ୍ୟ ମହିଳାଙ୍କ ପ୍ରେମରେ ପଡିଥିଲେ। ହେଲେ ମହିଳା ଜଣକ ନିରଞ୍ଜନ ମଲ୍ଲିକଙ୍କୁ ବାହା ହେବା ପାଇଁ ଚାହୁଁଥିଲେ। ରାମ ମଲ୍ଲିକ ଏଥିରେ ଉତ୍ତ୍ୟକ୍ତ ହୋଇ କିଛି ସହଯୋଗୀଙ୍କ ସହ ମିଶି ନିରଞ୍ଜନଙ୍କୁ ହତ୍ୟା କରିଥିଲେ। ଏହାପରେ ଶବକୁ ନେଇ ଜଙ୍ଗଲରେ ଫୋପାଡି ଦେଇଥିଲେ। 

ଏହି ଘଟଣାରେ ପୋଲିସ ପୂର୍ବରୁ ମାଧବ ଓରଫ ମିଟୁ ମଲ୍ଲିକ, ରଘୁ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ରାମ ମଲ୍ଲିକ ସେତେବେଳେ ଫେରାର ହୋଇ ବେଙ୍ଗଲୁରୁ ଚାଲିଯାଇଥିଲେ । ନିରଞ୍ଜନଙ୍କ ଭାଇ ସୋମନାଥ ମଲ୍ଲିକ ୨୦୧୭ ମସିହା ଅଗଷ୍ଟ ୨୫ ତାରିଖରେ ନିଖୋଜ ନେଇ ଦିଗପହଣ୍ଡି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏବେ ରାମ ମଲ୍ଲିକ ନିଜ ଗାଁ ନିକଟରେ ଥିବା ଖବର ପାଇ ପୁଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.