ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦିଲ୍ଲୀରେ ପ୍ରବେଶ ପୂର୍ବରୁ ପ୍ରଦର୍ଶନକାରୀ କୃଷକଙ୍କୁ ଅଟକାଇଲା ପୋଲିସ, ନୋଏଡ଼ାରେ ଭୟଙ୍କର ଜାମ୍

ନୂଆଦିଲ୍ଲୀ, ୮/୨  : ଦିଲ୍ଲୀରେ ପ୍ରବେଶ କରୁଥିବା କୃଷକଙ୍କୁ ନୋଏଡ଼ାରେ ଦଳିତ ପ୍ରେରଣା ସ୍ଥଳ ନିକଟରେ ଅଟକାଇ ଦେଇଛନ୍ତି । କୃଷକଙ୍କ ପ୍ରଦର୍ଶନ କାରଣରୁ ପୋଲିସ ସ୍ଥାନେ ସ୍ଥାନେ ବ୍ୟାରିକେଡିଂ କରିଛି । ଏହି କାରଣରୁ ନୋଏଡ଼ାର ମୁଖ୍ୟ ରାସ୍ତା ଜାମ୍ ହୋଇଯାଇଛି । ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ୧୪୪ଲାଗୁ କରି ଦେଇଛି । ଏହା ମଧ୍ୟରେ ନୋଏଡ଼ା ପ୍ରଶାସନ ପ୍ରଦର୍ଶନକାରୀ କୃଷକଙ୍କ ସହ ଆଲୋଚନା କରିବାକୁ ପ୍ରୟାସ ଦ୍ରୁତ ଗତିରେ କରି ଦେଇଛନ୍ତି । ପ୍ରଶାସନର କହିବା କଥା କି ଆପଣଙ୍କ ମୁଦ୍ଦା ନୋଏଡ଼ା ଏବଂ ଗ୍ରେଟେଡ ନୋଏଡ଼ା ସହ ଯୋଡ଼ି ହୋଇ ଅଛି ଏଥିଲାଗି ଦିଲ୍ଲୀ ଯାଆନ୍ତୁ ନାହିଁ । ଆଲୋଚନା ଚାଲୁ ରହିଛି ।

ସେହିଭଳି କୃଷକମାନଙ୍କ କହିବା କଥା କି ଯଦି ସମାଧାନ ହେବ ନାହିଁ ବ୍ୟାରିକେଡରୁ ଆଗକୁ ବଢିବେ ଏବଂ ଦିଲ୍ଲୀରେ ପ୍ରବେଶ କରିବେ । କୃଷକଙ୍କ ଏହି ଯାତ୍ରାକୁ ସୁଖବୀର ଯାଦବ ଖଲୀଫା ନେତୃତ୍ବ କରୁଛନ୍ତି । ସୁଖବୀର ଖଲିଫା କହିଛନ୍ତି କି ଯେତେବେଳେ ପର୍ଯ୍ୟନ୍ତ ପୁଲିସ ଆମର ଗିରଫ ହୋଇଥିବା ଲୋକଙ୍କୁ ଛାଡ଼ିବ ନାହିଁ ସେତେବେଳ ପର୍ଯ୍ୟନ୍ତ ଆମେ ପୋଲିସ ସହ କଥା ହେବୁ ନାହିଁ । 

ଏହାକୁ ନେଇ ନୋଏଡ଼ା ଟ୍ରାଫିକ ପୋଲିସ କହିଛି କି କୃଷକ ଧାରଣା ପ୍ରଦର୍ଶନ ଚାଲୁଥିବାରୁ ନୋଏଡ଼ା – ଗ୍ରେଟର ନୋଏଡ଼ା ଏକ୍ସପ୍ରେସ-ଓ୍ବେ ନିକଟସ୍ଥିତ ସମସ୍ତ ସ୍କୁଲ ବସ୍ ନିଜ ଗନ୍ତବ୍ୟକୁ ଯିବା ହେତୁ ଦୟାକରି ନୋଏଡ଼ା- ଗ୍ରେଟର ନୋଏଡ଼ା ଏକ୍ସପ୍ରେସ-ଓ୍ବେର ବ୍ୟବହାର କରନ୍ତୁନାହିଁ । ପୋଲିସ ପକ୍ଷରୁ କୁହାଯାଇଛି କି ଦିଲ୍ଲୀ ଯିବା ହେତୁ ହାଜୀପୁର ଅଣ୍ଡରପାସ, ସେକ୍ଟର-୯୩ ଅଣ୍ଡରପାସର ପ୍ରୟୋଗ କରି ନୋଏଡ଼ା ସହରର ଆନ୍ତରିକ ମାର୍ଗର ପ୍ରୟୋଗ କରି ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ଦିଲ୍ଲୀ ଟ୍ରାଫିକ ପୋଲିସ କହିଛି କି ନୋଏଡ଼ାରେ ମହାମାୟା ଫ୍ଲାଇଓଭର ନିକଟରେ ପ୍ରଦର୍ଶନ କାରଣରୁ କାଳିନ୍ଦୀ କୁଞ୍ଜରୁ ନୋଏଡ଼ା ପଟକୁ ଯିବା ରାସ୍ତାରେ ଟ୍ରାଫିକ ପ୍ରଭାବିତ ହୋଇଛି । 

ନୋଏଡ଼ା- ଦିଲ୍ଲୀ ବର୍ଡ଼ରରେ ଦିଲ୍ଲୀ ପୋଲିସ, ପାରାମିଲିଟ୍ରୀ ଫୋର୍ସ, ରାପିଡ଼ ଆକ୍ଶନ‌ ଫୋର୍ସର କେତେକ କମ୍ପାନୀକୁ ନିୟୋଜିତ କରାଯାଇଛି । ପୋଲିସ କେତେକ ଲେୟର ବ୍ୟାରିକେଡର ବ୍ୟବସ୍ଥା କରିଛି । ଏଣ୍ଟି ରାଇଟ ଟିମ୍ ଏବଂ ବଜ୍ର ବାହନକୁ ନିୟୋଜିତ ସହ ସିମେଣ୍ଟର ବଡ଼ ବଡ଼ ବ୍ଲକ ସଡ଼କ ଉପରେ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.