ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାଇକ ଚୋରକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ପବ୍ଲିକ୍, ରାସ୍ତାରେ ଘୋଷାଡ଼ି ଛେଚିଲେ

ବାରଙ୍ଗ, ୨୬।୨: ଏଜି ଛକରୁ ପିଛା କଲେ । ମାଷ୍ଟର କ୍ୟାଣ୍ଟିଂନରେ ଧରିଲେ । ବାଇକ ଚୋର ପଛେପଛେ ଗୋଡ଼ାଇଲେ ପବ୍ଲିକ୍ । ମାଷ୍ଟର କ୍ୟାଣ୍ଟିଂନ ରେଳ ଷ୍ଟେସନ ସମ୍ମୁଖରେ ଅତର୍କିତ ଭାବେ କିଛି ଯୁବକ ବାଇକ ଯୋଗେ ଆସି ସେଠାରେ ଏକ ଧଳା ରଙ୍ଗର ଆକ୍ଟିଭା ଉପରେ ବସିଥିବା ଜଣେ ଯୁବକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ରାସ୍ତାରେ ଘୋଷାଡ଼ି ପ୍ରବଳ ମାଡ଼ ମାରିବାରେ ଲାଗିଗଲେ । 

ଖବର ପାଇ ସ୍ଥାନୀୟ ଫାଣ୍ଡି ଅଧିକାରୀ ଏବଂ କିଛି ପୁଲିସ କର୍ମୀ ଘଟଣାସ୍ଥଳରେ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଯୁବକକୁ ଉଦ୍ଧାର କରି ସ୍ଥାନୀୟ ଫାଣ୍ଡିକୁ ନେଇଥିଲେ । ପରେ ଘଟଣା ସମ୍ପର୍କରେ ବୁଝିବା ବେଳକୁ, ସମ୍ପୃକ୍ତ ଯୁବକ ଜଣକ ଏଜି ଛକରେ ଜଣେ ବସ୍ ଚାଳକଙ୍କ ଆକ୍ଟିଭାକୁ ଚୋରି କରି ଖସି ଆସିବା ବେଳେ ସେଠାରେ ଅନ୍ୟ ଜଣେ ବସ୍ କର୍ମଚାରୀ ଦେଖି ଦେଇଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା କେତେକ ବସ୍ କର୍ମଚାରୀ ଏକତ୍ରିତ ହୋଇ ବାଇକ ଯୋଗେ ଯୁବକ ଜଣକୁ ପିଛା କରି ମାଷ୍ଟର କ୍ୟାଣ୍ଟିଂନ ରେଳ ଷ୍ଟେସନ ସମ୍ମୁଖରେ ମାଡ଼ି ବସିଥଲେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.