ପୁରୀ, ୧୬।୧୧ ନାଟମଣ୍ଡପ ମରାମତି ଶୁକ୍ରବାର ଠାରୁ ଆରମ୍ଭ ହେବ । ଏଏସଆଇକୁ ଏନଓସି ଦେଲା ଶ୍ରୀମନ୍ଦିର ପ୍ରଶାସନ। ସକାଳ ୬ଟା ରୁ ରାତି ୧୦ ଟା ମଧ୍ୟରେ କରିପାରିବେ ମରାମତି କାର୍ଯ୍ୟ । ଟେକ୍ନିକାଲ କମିଟି ଓ ପରିଚାଳନା କମିଟି, ସେବାୟତ ସଦସ୍ୟ ମରାମତି କାର୍ଯ୍ୟକୁ କରିବେ ତଦାରଖ। ନାଟମଣ୍ଡପର ଗୋଟିଏ ବିମ୍ରେ ଫାଟ ଥିବା କହିଛି ଏଏସଆଇ। ଯାଞ୍ଚ ପରେ ଆଉ କ'ଣ ସମସ୍ୟା ଏବଂ କେଉଁଠି ଫାଟ ରହିଛି ତାହା ସ୍ପଷ୍ଟ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। କାର୍ତ୍ତିକ ମାସ ହୋଇଥିବାରୁ ଅଧିକ ଭିଡ ହେଲେ ନାଟମଣ୍ଡପ କାମ ବନ୍ଦ ରହିବ।
ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନାଟମଣ୍ଡପ ମରାମତି ନେଇ ଆଲୋଚନା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦେଶ ମୁତାବକ କେଉଁ ସମୟରେ ଶ୍ରୀମନ୍ଦିର ନାଟମଣ୍ଡପ କାର୍ଯ୍ୟ କରାଯିବ ସେନେଇ ଆଲୋଚନା ହୋଇଥିଲା। ବୈଠକରେ ଏଏସଆଇ ସୁପରିଣ୍ଟେଣ୍ଟେଣ୍ଟ ଓ ପରିଚାଳନା କମିଟି ସେବାୟତ ସଦସ୍ୟ ଉପସ୍ଥିତ ଥିଲେ। ।