ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାଷୀଙ୍କ ଧାନଗଦା ପୋଡିଦେଲେ ଦୁର୍ବୃତ୍ତ

ସମ୍ବଲପୁର, ୦୨/୧୨ : ସମ୍ବଲପୁରରେ ଅଭାବନୀୟ ଘଟଣା। ଚାଷୀଙ୍କ ଧାନ ପୋଡିଦେଲେ ଦୁର୍ବୃତ୍ତ। ଧାନ କାଟି ବିଲରେ ଗଦା କରି ରଖିଥିବା ବେଳେ ତାକୁ କେହି ଜଣେ ପୋଡି ଦେଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ତବଲା ପଞ୍ଚାୟତ ଖୁଲିଆ ଗାଁରେ ଏହି ଘଟଣା ଘଟିଛି। 

ସୂଚନାନୁଯାୟୀ, ଗାଁର ରାଜେଶ ମୁଣ୍ଡା ପାଖାପାଖି ସାଢେ ୩ ଏକର ଜମିରେ ଭାଗ ଚାଷ କରିଥିଲେ। ସବୁ ଜମିରୁ ଫସଲ ଅମଳ କରି ବିଲରେ ରଖିଥିଲେ। କେହି ଜଣେ ଭୋର ସମୟରୁ ତାକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁର ପ୍ରକୋପ ଏତେ ଥିଲା ଯେ ଧାନ ସବୁ ଜଳି ପାଉଁଶ ହୋଇଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.