ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଶିକ୍ଷକ ଆନ୍ଦୋଳନ ପାଇଁ ଚୁଲିକୁ ଗଲାଣି ପିଲାଙ୍କ ପାଠପଢ଼ା, ଜିଦ୍‌ରେ ଅଟଳ ଶିକ୍ଷକ

ଭୁବନେଶ୍ୱର,୧୫।୯: ୭ ଦିନ ହେଲାଣି ସ୍କୁଲ୍‌ରେ ତାଲା । ୫୬ ହଜାର ପ୍ରାଥମିକ ସ୍କୁଲ୍‌ରେ ଅଚଳାବସ୍ଥା । ପ୍ରାଥମିକ ଶିକ୍ଷକଙ୍କ ଗୋଟିଏ ଜିଦ୍‌ ପ୍ରଥମେ ୩ ଦଫା ଦାବି ପୂରଣ କର ତେବେ ଆନ୍ଦୋଳନରୁ ହଟିବୁ । ନିର୍ବାଚନୀ ବର୍ଷରେ ଶିକ୍ଷକଙ୍କ ଏଭଳି ଆନ୍ଦୋଳନ ଏବେ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗଣଶିକ୍ଷା ବିଭାଗ ଆଜି ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଡରାଇଛନ୍ତି । ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି କରିଛନ୍ତି । ଚିଠିରେ ବର୍ଷକୁ ବାଧ୍ୟତାମୂଳକ ଭାବେ ଥିବା ୨୨୦ ଦିନ କାର୍ଯ୍ୟ ଦିବସ ପୂରଣ କରିବାକୁ କହିଛନ୍ତି । ନଚେତ୍‌ ପରବର୍ତ୍ତୀ ସମୟ ଅର୍ଥାତ୍‌ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ତାକୁ ପୂରଣ କରିବେ ବୋଲି ରୋକ୍‌ଠୋକ୍‌ ଜଣାଇଛନ୍ତି । 

କିନ୍ତୁ, ଗଣଶିକ୍ଷା ବିଭାଗର ଏହି ନାଲି ଆଖିକୁ ନିଖିଳ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଫେଡେରେସନ୍‌ ଶୁଣିବାକୁ ନାରାଜ । ବରଂ ଯେଉଁ ବ୍ଲକ୍‌ରେ ଶିକ୍ଷକମାନେ ପାଳି କରି ପାଠ ପଢ଼ାଉଥିଲେ ଆଜି ସେଠାରେ ଶିକ୍ଷକମାନେ ସମୂହ ଛୁଟିରେ ଯାଇଛନ୍ତି । ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ଅନ୍ୟ ଶିକ୍ଷକ ସଂଘମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି । ଶିକ୍ଷକଙ୍କ ଆନ୍ଦୋଳନରେ ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନ୍ଧାରରେ ପଡ଼ିଛି । ଅଭିଭାବକ ମଧ୍ୟ ଚିନ୍ତାରେ ଅଛନ୍ତି । ଗତ ୯ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଲା ନିଖିଳ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ୧୧ ତାରିଖରେ ଆଲୋଚନା କରିବାକୁ ବିଭାଗ ଡାକିଲା । ଶିକ୍ଷକଙ୍କ ଦାବି ଉପରେ ଅନୁଧ୍ୟାନ କରାଯିବ ବୋଲି କହିବା ସହ ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଅନୁରୋଧ କଲା । ମାତ୍ର ପ୍ରାଥମିକ ଶିକ୍ଷକ ସମୂହ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଲେ । ଆନ୍ଦୋଳନ ଏତେ ତୀବ୍ର ହେଲାଣି ଯେ ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶିକ୍ଷକଙ୍କ ଜିଦ୍‌, ବିରୋଧୀଙ୍କ ସମାଲୋଚନା, ପିଲାଙ୍କ ଭବିଷ୍ୟତ, ଅଭିଭାବକଙ୍କ ଅସନ୍ତୋଷକୁ ନେଇ ବିଭାଗ ଏବେ ଚିନ୍ତାରେ । କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ନାଲି ଆଖି ଦେଖାଉଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ତଥାପି ମାନିବାକୁ ସଂଘ ନାରାଜ । ଯେଉଁମାନେ ସମୂହ ଛୁଟି ନେଇନଥିଲେ ସେହି ବ୍ଲକର ଶିକ୍ଷକମାନେ ଆଜି ସମୂହ ଛୁଟି ନେଇଛନ୍ତି । ଖରା, ବର୍ଷାରେ ସମସ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । 

ସଂଘର ଏକା ଜିଦ୍‌ ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ହୋଇନି ସେ ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ କିମ୍ବା କାର୍ଯ୍ୟରେ ଯୋଗ ଦେବେନାହିଁ । ସଂଘର ଦାବି ରଜ୍ୟା ସରକାର ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସ୍‌ନାଲ୍‌ ଇନ୍‌କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରନ୍ତୁ । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ମୂଳବେତନ ଲେବଲ୍‌-୯ ଗ୍ରେଡ୍‌ପେ ୪୨୦୦ ଅନୁଯାୟୀ ପ୍ରଦାନ କରିବାକୁ ସଂଘ ଦାବି କରିଛି । ନୂତନ ପେନସନ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍‌ ପୁନଃ ପ୍ରଚଳନ କରିବାକୁ ଦାବି କରିଛି । ଅନ୍ୟପଟେ ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍‌ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲାଚନା ଜାରି ରଖିଛି । ଏନେଇ ଶିକ୍ଷକଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ କୌଣସି ସମାଧାନର ବାଟ ବାହାରି ପାରିନାହିଁ ।

 

 

bhubaneswar
teacher protest

Copyright © 2022 - Summa Real Media Private Limited. All Rights Reserved.