ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲl ସ୍କୁଟି, ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ

ନୂଆଗାଁ, ୨୦/୧୧ : ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲl ସ୍କୁଟି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ୫୭ ନଂ ଜାତୀୟ ରାଜପଥ ପଞ୍ଚୁପାଣ୍ଡବ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଜଳି ଯାଇଛି।

ସୂଚନାନୁଯାୟୀ, ସୋମବାର ଦଶପଲ୍ଲା ଦୁଆର ଗ୍ରାମର ନିରଞ୍ଜନ ରାଉତ ସ୍କୁଟି ଦ୍ୱାରା ଚିଲିକାରୁ ନିଜ ଗ୍ରାମ ଦୁଆରଗାଁ ଆସୁଥିଲେ। ପଞ୍ଚୁପାଣ୍ଡବ ନିକଟରେ ହଠାତ୍ ସ୍କୁଟିରେ ନିଆଁ ଲାଗିଯାଇଥିଲା। ପଛରୁ ଆସୁଥିବା ଲୋକମାନେ ଦେଖି ଡାକ ପକାଇଥିଲେ। ଏହାପରେ ନିରଞ୍ଜନ ସ୍କୁଟିକୁ ରାସ୍ତା ପାର୍ଶ୍ୱରେ ରଖି ଦେଇ ଦୌଡ଼ି ପଳାଇଥିଲେ। ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍କୁଟିର ଆଗ ଟାୟାର ପଛ ଟାୟାର ଏବଂ ଅଧିକାଂଶ ପାର୍ଟ ପୋଡ଼ିଯାଇଥିବା ଜଣାପଡ଼ିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.