ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିନ୍ତାମୁକ୍ତ ହେଲେ ରଣବୀର, ଅଗଷ୍ଟ ମାସରେ ଆରମ୍ଭ ହେବ ‘ଡନ୍‌ ୩’ର ସୁଟିଂ

ନୂଆଦିଲ୍ଲୀ ୧୧/୦୨: ଫିଲ୍ମଟି ହେବ କି ନାହିଁ ଢେର ଦିନ ଧରି ଚର୍ଚ୍ଚା ଚାଲିଲା। ସେଥିରେ ରଣବୀର ସିଂ ଅଭିନୟ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଲା। ପୁଣି ସୁଟିଂ ଆରମ୍ଭ ହେଉ ହେଉ ବିଳମ୍ବ ହେଲା। ଆଦୌ ସେ ଫିଲ୍ମରେ ରଣବୀର ସିଂ ଖାପ ଖାଇବେ କି ନାହିଁ ସେ ବିଷୟରେ ଆଲୋଚନା କିଛି କମ୍‌ ହେଲା ନାହିଁ। ଶେଷରେ ସବୁପ୍ରକାର ଚିନ୍ତା ଭାବନାରେ ପୂର୍ଣ୍ଣଚ୍ଛେଦ ପଡିଛି। ରଣବୀର ସିଂ ମଧ୍ୟଚିନ୍ତା ମୁକ୍ତ ହୋଇଛନ୍ତି। 

କଥା ହେଉଛି ଫିଲ୍ମ ‘ଡନ୍‌ ୩’ ବିଷୟରେ। ବଲିଉଡ୍‌ରେ ‘ଡନ୍‌’ ଶବ୍ଦଟି ଶୁଣିଲା ମାତ୍ରେ ଦର୍ଶକଙ୍କ ଆଖିଆଗରେ ଭାସି ଉଠେ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନଙ୍କ ଚେହେରା। ଏବେ ସେମାନଙ୍କ ଜାଗାରେ ରଣବୀର ସିଂଙ୍କୁ ଦେଖିବାକୁ ମିଳିବ। ଏକଥାଟିକୁ ଅନେକ ସହଜରେ ଗ୍ରହଣ କରି ପାରୁନଥିଲେ। ଏହି କାରଣରୁ ରଣବୀରଙ୍କୁ ବେଶ୍‌ ସମାଲୋଚିତ ହେବାକୁ ପଡିଛି। ରଣବୀର ଯଦିଓ ସେ ସବୁକୁ ଗୁରୁତ୍ୱ ଦେଇନଥିଲେ, ତେବେ ମନେ ମନେ ଚିନ୍ତାରେ ପଡି ଯାଇଥିଲେ ଯେ ଫିଲ୍ମଟି ଆଦୌ ତିଆରି ହେବ କି ନାହିଁ। ଦୀର୍ଘ ଦିନର ଅପେକ୍ଷାର ଅବସାନ ଘଟିଛି। ଫିଲ୍ମର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ମାସରେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍‌ କାମ ଆରମ୍ଭ ହେବ। ଚଳିତ ବର୍ଷ ଅଗଷ୍ଟ ମାସ ବେଳକୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.