ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହ ବୟସ ଉପରେ ସମୀକ୍ଷା ନେଇ ଗଠିତ ସଂସଦୀୟ ସମିତିର କାର୍ଯ୍ୟକାଳ ବୃଦ୍ଧି, ମେ’ ସୁଦ୍ଧା ଦେବ ଅନ୍ତିମ ରିପୋର୍ଟ

Image Courtesy: jagran

ନୂଆଦିଲ୍ଲୀ: ଯୁବତୀମାନଙ୍କ ନ୍ୟୁନତମ ବିବାହ ବୟସ ୧୮ରୁ ବଢ଼ାଇ ୨୧ ବର୍ଷ କରିବା ନେଇ ବିଧେୟକ ଉପରେ ବିଚାର କରୁଥିବା ଏକ ସଂସଦୀୟ ସମିତିକୁ ଅନ୍ତିମ ରିପୋର୍ଟ ଦାଖଲ କରିବାକୁ ଅଧିକ ସମୟ ଦିଆଯାଇଛି । ୪ ମାସ ସମୟ ଦିଆଯାଇଥିବା ବେଳେ ସମିତି ମେ’ ସୁଦ୍ଧା ନିଜର ରିପୋର୍ଟ ଦେବ । ୧୭ ତମ ଲୋକସଭା କାର୍ଯ୍ୟକାଳ ଜୁନ୍‌ ୧୬ରେ ଶେଷ ହେବାକୁ ଥିବା ବେଳେ ସଂସଦୀୟ ସମିତିର କାର୍ଯ୍ୟକାଳ ବଢ଼ାଇ ଦିଆଯାଇଛି ।

 ବାଲ୍ୟ ବିବାହ ନିଷେଧ (ସଂଶୋଧନ) ବିଲ୍‌ ୨୦୨୧ ଦୁଇ ବର୍ଷ ପୂର୍ବରୁ  ଲୋକସଭାରେ ଆଗତ କରାଯାଇଥିଲା । ଲୋକସଭା କାର୍ଯ୍ୟକାଳ ପୁରା ହେବାକୁ ଥିବା ବେଳେ ଏହି ବିଧାୟକ ପ୍ରଭାବହୀନ ହୋଇପାରେ । ଗତ ଜାନୁଆରୀ ୨୪ ବୁଲେଟିନ୍‌ରେ କୁହାଯାଇଥିଲା ଯେ, ରାଜ୍ୟସଭାର ସଭାପତି ବାଲ୍ୟ ବିବାହ ନିଷେଧ ସଂଶୋଧନ ବିଲ୍‌ ଉପରେ ବିଚାର କରିବା ଲାଗି ଶିକ୍ଷା, ମହିଳା, ଶିଶୁ, ଯୁବ ଏବଂ ଖେଳ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ ସମିତିକୁ ଆଉ ୪ ମାସ ସମୟ ଦିଆଯାଇଛି । ଏହା ପୂର୍ବରୁ ସମିତିକୁ ଅନ୍ତିମ ରିପୋର୍ଟ ଦାଖଲ କରିବା ଲାଗି ମଧ୍ୟ ଅଧିକ ସମୟ ଦିଆଯାଇଥିଲା ।

 ବାଲ୍ୟ ବିବାହ ନିଷେଧ (ସଂଶୋଧନ) ବିଧେୟକ  ୨୦୨୧କୁ ଡିସେମ୍ବର ୨୦୨୧ରେ ଲୋକସଭାରେ ପେଶ କରାଯାଇଥିଲା । ଆଉ ଏହାକୁ , ମହିଳା, ଶିଶୁ, ଯୁବ ଏବଂ ଖେଳ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ ସମିତିକୁ ପଠାଯାଇଥିଲା । ଏହି ସମିତି ରାଜ୍ୟସଭା ସଚ୍ଚିବାଳୟ ଅଧୀନରେ କାର୍ଯ୍ୟ କରୁଛି । ତେବ ବିଲ୍‌ ଆଗତ ହେବା ପରେ ଏହାର ବିସ୍ତୃତ ଯାଞ୍ଚ ପାଇଁ ସ୍ଥାୟୀ ସମିତିକୁ ପଠାଇବାକୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ।

 

 

  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.