ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିଶ୍ୱର ସବୁଠୁ ବଡ଼ ସାପ ସଂଗ୍ରହାଳୟ, ଦେଖିବାକୁ ମିଳେ ୭୦ ହଜାର ପ୍ରକାରର ସାପ

ନୂଆଦିଲ୍ଲୀ ୦୫/୧୧: ଆମେରିକାର ମିଶିଗାନ ବିଶ୍ୱବିଦ୍ୟାଳୟ ବିଶ୍ୱର ସବୁଠୁ ବଡ଼ ସାପ ସଂଗ୍ରହାଳୟ ରୂପେ ଶୀର୍ଷ ସ୍ଥାନ ହାସଲ କରିଛି । ଓରେଗନ ଷ୍ଟେଟ୍‌ ୟୁନିଭର୍ସିଟି ନିକଟରେ ୟୁଏସ୍‌ ମ୍ୟୁଜିୟମ୍‌ ଅଫ୍‌ ଜୁଲୋଜିକୁ ସରିସୃପ ଓ ଉଭୟଚରଙ୍କର ୪୫ ହଜାର ନମୁନା ଉପହାର ସ୍ୱରୂପ ପ୍ରଦାନ କରିଛି । ତନ୍ମଧ୍ୟରେ ୩୦ ହଜାରରୁ ଅଧିକ ସାପ ଥିଲେ । ଏହି ସଂଖ୍ୟା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନଧର୍ମୀ ସଂଗ୍ରହକୁ ଦୁଇଗଣ କରିବା ସହ ରେକର୍ଡ ଖାତାରେ ସାମିଲ ହୋଇଛି । ଏବେ ୟୁଏସ୍‌ ମ୍ୟୁଜିୟମ୍‌ ନିକଟରେ ୭୦ ହଜାର ସାପ ନମୁନା ଅଛି । ଏହି ସଂଗ୍ରହାଳୟ ସାଧାରଣ ଲୋକଙ୍କ ପାଇଁ ଖୋଲିନାହିଁ । ବିଶ୍ୱର ବୈଜ୍ଞାନିକମାନେ ଏହାର ପ୍ରୟୋଗ କରିପାରିବେ । ସାପ ସଂଗ୍ରହାଳୟରେ ଆଲ୍‌କହଲ ଭର୍ତ୍ତି ଜାର୍‌ଗୁଡ଼ିକରେ ସାପ ଓ ସାଲାମାଣ୍ଡରଙ୍କ ନମୁନା ଏକତ୍ର କରାଯାଇଛି । ଜାର୍‌ଗୁଡ଼ିକରେ ଗଚ୍ଛିତ ସାପ ଜୀବନ୍ତ ଭଳି ଦିଶୁଛନ୍ତି । 


ଏହି ସଂଗ୍ରହାଳୟର କ୍ୟୁରେଟର ଓ ଜୀବବିଜ୍ଞାନୀ ଡ୍ୟାନ୍‌ ରାବୋସ୍କି କହିଛନ୍ତି, ସାପଙ୍କର ଏହି ନମୁନା ଏକ ଜୈବିକ ‘ଟାଇମ୍‌ କ୍ୟାପ୍‌ସୁଲକୁ ଦର୍ଶାଏ । ଏଠାରେ ଅନୁସନ୍ଧାନକାରୀମାନେ ଅନେକ ଦଶକ ପୂର୍ବର ଜନ୍ତୁଙ୍କ ବଂଶ, ରୋଗ ଓ ଅନ୍ୟ ବିଷୟଗୁଡ଼ିକୁ ବୁଝିପାରିବେ । ସମୟ ସହିତ ପରିବର୍ତ୍ତନ ଯଥା- ଜନ୍ତୁଙ୍କ ମଧ୍ୟରେ କିଭଳି ରୋଗ ବ୍ୟାପେ, ତାହା ଜାଣିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ । ପ୍ରାକୃତିକ ବିପର୍ଯ୍ୟୟ ପରେ ପ୍ରଜାତିଗୁଡ଼ିକ କିଭଳି ବଦଳିଗଲେ, ପ୍ରାୟ ୫୦ ବର୍ଷର ଏହି ସଂଗ୍ରହ ତାହା ଦର୍ଶାଏ । ସାପ ସଂଗ୍ରହାଳୟ ଲାଗି ଅନେକ ବର୍ଷ ପରିଶ୍ରମ କରିବାକୁ ପଡ଼ିଛି । ଏହି ସଂଗ୍ରହ ଟେଲିସ୍କୋପ୍‌ ବା ପାର୍ଟିକଲ୍‌ ଏକ୍ସିଲେଟର ଭଳି ବିଶାଳ ବୈଜ୍ଞାନିକ ଉପକରଣ ଭଳି ବୋଲି ଡ୍ୟାନ୍‌ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.