ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଲେ ସର୍ବକନିଷ୍ଠ ଯାତ୍ରୀ, ମା’ବାପାଙ୍କ ପିଠିରେ ଗଲେ ୨ ବର୍ଷୀୟ କାର୍ଟର

ନୂଆଦିଲ୍ଲୀ ୩୧/୦୧: ସ୍କଟ୍‌ଲ୍ୟାଣ୍ଡର ୨ ବର୍ଷୀୟ କାର୍ଟର ଡଲାସ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଥିବା ସର୍ବକନିଷ୍ଠ ଶିଶୁ ହୋଇଛନ୍ତି । ତାଙ୍କ ପୂର୍ବରୁ ଚେକ୍‌ ଗଣରାଜ୍ୟର ଜଣେ ୪ ବର୍ଷୀୟ ଶିଶୁ ନାଁରେ ଏହି ରେକର୍ଡ ଥିଲା । ମା’ ଜେଡ୍‌ ଓ ବାପା ରସ୍‌ଙ୍କ ପିଠିରେ କାର୍ଟର ମାଉଣ୍ଟ ଏଭରେଷ୍ଟ୍‌ର ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଛନ୍ତି । ଏହି ପରିବାର ବର୍ଷକ ପାଇଁ ଏସିଆ ଯାତ୍ରାରେ ଅଛନ୍ତି । ଏଥିପାଇଁ ସେମାନେ ନିଜ ଘରକୁ ଭଡ଼ା ଦେଇଛନ୍ତି । ଗତ ଅକ୍ଟୋବର ୨୫ ତାରିଖରେ ସେମାନେ ନେପାଳରେ ସମୁଦ୍ର ପତ୍ତନରୁ ୧୭,୫୯୮ ଫୁଟ ଉଚ୍ଚରେ ସ୍ଥିତ ଦକ୍ଷିଣ ସ୍ଥଳ ଆରୋହଣ କରି ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଥିଲେ । 




ରସ୍‌ କହିଛନ୍ତି, ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଅପେକ୍ଷା ପର୍ବତାରୋହଣକୁ ନେଇ କାର୍ଟର ସବୁଠୁ ଅଧିକ ଉତ୍ସାହିତ ଥିଲେ । ଉଭୟଙ୍କୁ ଆରୋହଣ ସମୟରେ ଶ୍ୱାସକ୍ରିୟାରେ ସମସ୍ୟା ହେଲା, କିନ୍ତୁ କାର୍ଟର ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଗାଁରେ ପୂର୍ବରୁ ୨ ଜଣ ଡାକ୍ତର ସେଠାରେ ଥିଲେ । ଉଭୟଙ୍କ ତୁଳନାରେ କାର୍ଟର ସୁସ୍ଥ ଥିବା ଜଣାପଡ଼ଲା । ଟ୍ରାକିଂ ପାଇଁ ସେମାନେ ଫୁଡ୍‌ ଜ୍ୟାକେଟ୍‌ ଓ ଦୁଇଟି ସ୍ଲିପିଂ ବ୍ୟାଗ୍‌ ନେଇଥିଲେ । କାଠମାଣ୍ଡୁ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ସେମାନେ ପର୍ବତାରୋହଣ ଆରମ୍ଭ କଲେ । ଏଥିପାଇଁ ସେମାନେ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ନିୟମିତ ରୂପେ ଦୀର୍ଘ ଶ୍ୱାସକ୍ରିୟାର କୌଶଳ ଅଭ୍ୟାସ କରୁଥିଲେ । ଘରେ ବରଫ ପାଣିରେ ସ୍ନାନ କରୁଥିଲେ । ବେସ୍‌ କ୍ୟାମ୍ପ୍‌ରେ କୌଣସି ସମସ୍ୟା ନ ହେବା ପାଇଁ କାର୍ଟରଙ୍କୁ ମଧ୍ୟ ବରଫ ପାଣିରେ ସ୍ନାନ କରାଉଥିଲେ । ସ୍କଟ୍‌ଲ୍ୟାଣ୍ଡରୁ ରସ୍‌ଙ୍କ ପରିବାର ସର୍ବପ୍ରଥମେ ଭାରତ ଆସିଲେ । ଏହା ପରେ ଶ୍ରୀଲଙ୍କା ଓ ମାଳଦ୍ୱୀପ ଗଲେ । ସେଠାରୁ ପୁଣି ଭାରତ ଓ ତା’ପରେ ନେପାଳ ଯାତ୍ରା କଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.