ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ରେଷ୍ଟ କ୍ୟାନସରର କ’ଣ ରହିଛି ଲକ୍ଷଣ ? ଏଭଳି ଚିହ୍ନିବେ ବ୍ରେଷ୍ଟ କ୍ୟାନସର...

ଭୁବନେଶ୍ୱର, ୧୬।୨: ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ମହିଳାଙ୍କ ପାଇଁ ଖୁବ୍‌ ସାଧାରଣ । ଯାହା ବର୍ତ୍ତମାନ ଅଧିକାଂଶ ମହିଳାଙ୍କୁ ପ୍ରଭାବିତ କରୁଥିବାର ଦେଖାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସ୍ତନ କର୍କଟ ବିଶ୍ୱକୁ ସବୁଠାରୁ ବେଶି ପ୍ରଭାବିତ କରୁଥିବା ରୋଗ । ଆସନ୍ତୁ ଜାଣିବା ଏମିତି କିଛି ଲକ୍ଷଣ ବିଷୟରେ । ତ୍ୱଚାରେ ହେଉଥିବା ପରିବର୍ତ୍ତନରେ ଡିମ୍ପଲ ମଧ୍ୟ ଆସିପାରେ । ସ୍ତନ ତ୍ୱଚାରେ ଡିମ୍ପଲ ଆସିବା ଅର୍ଥାତ୍ ସ୍ତନରେ ଥିବା ଲିମ୍ଫ ଭେସେଲ୍ସଗୁଡିକ ବ୍ଲକ୍‌ ହୋଇଯାଇଥାଏ । ଫଳରେ ସ୍ତନରେ ପ୍ରଦାହ ହୋଇଥାଏ । ଏହାବ୍ୟତୀତ ତ୍ୱଚାର କିଛ ଅଂଶରେ କମଳା ଚୋପା ପରି ଛୋଟ ଛୋଟ କଣା ଦେଖିବାକୁ ମିଳିଥାଏ ।   

କର୍କଟ ରୋଗର ଶିକାର ଯେ ଯେ କେହି ହୋଇପାରନ୍ତି । ଏହା ଶରୀରର ବିଭିନ୍ନ ଅଙ୍ଗରେ ହୋଇଥାଏ । ଫଳରେ କର୍କଟର ନାମ ମଧ୍ୟ ଭିନ୍ନ ଭିନ୍ନ । ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ମହିଳାଙ୍କ ପାଇଁ ଖୁବ୍‌ ସାଧାରଣ, ଯାହା ପ୍ରାୟ ମହିଳାଙ୍କୁ ପ୍ରଭାବିତ କରିଥାଏ । କିନ୍ତୁ ଲୋକଲଜ୍ଜା କାରଣରୁ ଅନେକ ମହିଳାଙ୍କୁ ଜୀବନ ହାରିବାକୁ ପଡ଼ିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସ୍ତନ କର୍କଟ ବିଶ୍ୱକୁ ସବୁଠାରୁ ବେଶି ପ୍ରଭାବିତ କରୁଥିବା ରୋଗ । ୨୦୨୦ରେ ୨.୩ ମିଲିୟନ୍‌ ମହିଳା ଏହି ରୋଗକୁ ହରାଇଥିବା ବେଳେ ୬ ଲକ୍ଷ ୮୫ ହଜାର ମହିଳାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ । 

ଯଦି ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଏହି କର୍କଟ ଚିହ୍ନଟ ହୋଇପାରେ, ତେବେ ରୋଗୀ ସୁସ୍ଥ ହେବାର ସମ୍ଭାବନା ଅଧିକ । ଯଦି ସେହି ସମୟରେ ଚିକିତ୍ସା କରାନଯାଏ ତେବେ, ଏହା ଅନ୍ୟ ଅଙ୍ଗକ ସଂପ୍ରସାରିତ ହେବା ସହ ଘାତକ ସାଜିପାରେ । ସ୍ତନ କର୍କଟର ଅନେକ ଲକ୍ଷଣ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ, ଯାହା ଦ୍ୱାରା ରୋଗର ଚିହ୍ନଟ କରାଯାଇପାରିବ । ଏହି କର୍କଟର ପ୍ରାରମ୍ଭିକ ଲକ୍ଷଣ ସ୍ତନ ଆଖପାଖ ତ୍ୱଚାରେ ଦେଖାଯାଇଥାଏ । ଚାଲନ୍ତୁ ଜାଣିବା ଏମିତି କିଛି ଲକ୍ଷଣ ବିଷୟରେ...

ତ୍ୱଚାରେ ପରିବର୍ତ୍ତନ: ଯଦି ଆପଣଙ୍କ ସ୍ତନ ଓ ଆଖପାଖର ତ୍ୱଚାରେ କିଛି ପରିବର୍ତ୍ତନ ଦେଖାଦିଏ, ତେବେ ଅଣଦେଖା କରନ୍ତୁନି । ତ୍ୱଚାରେ ହେଉଥିବା ପରିବର୍ତ୍ତନରେ ଡିମ୍ପଲ ମଧ୍ୟ ଆସିପାରେ । ସ୍ତନ ତ୍ୱଚାରେ ଡିମ୍ପଲ ଆସିବା ଅର୍ଥାତ୍ ସ୍ତନରେ ଥିବା ଲିମ୍ଫ ଭେସେଲ୍ସଗୁଡ଼ିକ ବ୍ଲକ୍‌ ହୋଇଯାଇଥାଏ । ଏହାବ୍ୟତୀତ ତ୍ୱଚାର କିଛ ଅଂଶରେ କମଳା ଚୋପା ପରି ଛୋଟ ଛୋଟ କଣା ଦେଖିବାକୁ ମିଳିଥାଏ ।

ତ୍ୱଚାରେ ଦାନା ବା ଲାଲ୍‌ ଦେଖାଯିବା: ସ୍ତନର ନିପଲ୍‌ ଆଖାପାଖରେ ଦାନା ଦାନା ବା ଅତ୍ୟଧିକ ଲାଲ୍‌ ଦେଖାଯାଇଥାଏ । ଏହା ସ୍ତନକର୍କଟର ବଡ଼ ଲକ୍ଷଣ । ବିଶେଷଜ୍ଞଙ୍କ ମତରେ ଏହା ପଗେଟ୍‌ ରୋଗ ସହ କର୍କଟର ମଧ୍ୟ ଲକ୍ଷଣ ହୋଇଥାଏ । ଅବଶ୍ୟ ଏହାର କାରଣ ଅସ୍ପଷ୍ଟ । ପଗେଟ୍‌ ରୋଗ ଯୋଗୁ ମଧ୍ୟ ସ୍ତନ ପାଖରେ ଉପରୋକ୍ତ ଲକ୍ଷଣ ଦେଖା ଦେଇଥାଏ ।

ଯନ୍ତ୍ରଣା ହେବା : ଇନ୍‌ଫ୍ଲାମେଟୋରୀ ବ୍ରେଷ୍ଟ କ୍ୟାନସର୍‌(ଆଇବିସି) କମ୍‌ ଲୋକଙ୍କଠାରେ ହେଉଥିବା ବେଳେ ଖୁବ୍‌ ତୀବ୍ର ବେଗରେ ବଢ଼ୁଥିବା କର୍କଟ ମଧ୍ୟରୁ ଅନ୍ୟତମ । ଯାହାର ତ୍ୱଚା ଉପରେ ଅନେକ ଲକ୍ଷଣ ଦେଖାଯାଇଥାଏ । ଏହି କର୍କଟ ହେଲେ ସ୍ତନ ଲାଲ୍‌ ଦେଖାଯିବା, ଫୁଲିବା, ଯନ୍ତ୍ରଣା ହେବା ସହ ସଂପ୍ରସାରିତ ହୋଇଥାଏ । ସେହିପରି ସ୍ତନ ତ୍ୱଚାର ଆକୃତିରେ ମଧ୍ୟ ପରିବର୍ତ୍ତନ ଆସି କମଳା ଚୋପା ପରି ଦେଖାଯାଇଥାଏ । ଏହାବ୍ୟତୀତ ସ୍ତନ ତ୍ୱଚାର ରଙ୍ଗ ପରିବର୍ତ୍ତିତ ହୋଇ ଲାଲ୍‌, ଗୋଲାପି ବା ବାଇଗଣୀ ହୋଇଯାଇଥାଏ । ସେହିପରି ସ୍ତନ କୁଣ୍ଡାଇହେବା, କଠୋର ବା କୋମଳ ଲାଗିବା, ଯନ୍ତ୍ରଣା ହେବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.