ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ଏହି ପରିବାରେ ମିଳେ ନନ୍‌ଭେଜ୍‌ ଠାରୁ ଅଧିକ ପ୍ରୋଟିନ୍, ଜାଣନ୍ତୁ ଏହାର ଅନ୍ୟ ସ୍ୱାସ୍ଥ୍ୟ ଫାଇଦା

ଭୁବନେଶ୍ୱର ୨୬/୦୧: ଓଏଷ୍ଟର ମଶରୁମ୍ । ଏଥିରେ ଅନେକ ପୋଷକ ତତ୍ତ୍ୱ ଏବଂ ଭିଟାମିନ୍ ମିଳିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ନନ୍‌ଭେଜ୍‌ ଅପେକ୍ଷା ଅଧିକ ପ୍ରୋଟିନ୍ ମିଳିଥାଏ । ଖାଲି ପ୍ରୋଟିନ୍ ନୁହେଁ ଏଥିରେ ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ । ଏହି ସମସ୍ତ ଉପାଦାନ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଆସନ୍ତୁ ଜାଣିବା ଓଏଷ୍ଟର ମଶରୁମ୍ ଖାଇବାର ଲାଭ ବିଷୟରେ..

ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ :

ଓଏଷ୍ଟର ମଶରୁମରେ ବିଟା ଗ୍ଲୁକାନ୍ ଏବଂ ଏର୍ଗୋଥିଅନାଇନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଆଣ୍ଟିଅକ୍ସିଡାଣ୍ଟ ଆମ ଶରୀରରେ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ। କୋଲେଷ୍ଟ୍ରଲ କମିଲେ, ହୃଦରୋଗର ଆଶଙ୍କା ମଧ୍ୟ ବହୁ ପରିମାଣରେ କମିଯାଏ। 

କ୍ୟାନ୍ସର :

ଓଏଷ୍ଟର ମଶରୁମରେ କିଛି ଉପକାରୀ ଉପାଦାନ ମିଳିଥାଏ, ଯାହା କର୍କଟ ପରି ଗୁରୁତର ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟି-କ୍ୟାନ୍ସର ଗୁଣ ରହିଥାଏ। ଏହି ଆଣ୍ଟି-କ୍ୟାନ୍ସର ଗୁଣ କର୍କଟ କୋଷର ବୃଦ୍ଧି ଏବଂ ବିସ୍ତାରକୁ ରୋକିଥାଏ।

ମଧୁମେହ :

ଓଏଷ୍ଟର ମଶରୁମରେ କିଛି ଉପାଦାନ ମିଳିଥାଏ ଯାହା ଶରୀରରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ  ରଖିବାରେ ସାହାଯ୍ୟ କରିଥାଏ । 

ବୋନ୍‌ ହେଲ୍ଥ :

ହାଡ଼ ଏବଂ ଦାନ୍ତ ପାଇଁ ଓଏଷ୍ଟର ମଶରୁମରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି ଏବଂ ଫସଫରସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ମିଳେ। ଏହି ସମସ୍ତ ଖଣିଜ ପଦାର୍ଥ ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.