ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ

କଟକ,୨୯/୦୨: ଦୀର୍ଘ ୧୦ବର୍ଷର  ପ୍ରତୀକ୍ଷା, ଯାତନାର ଅନ୍ତ ଘଟିବ । ବକ୍ସଡ୍ରେନ୍‌  ଯନ୍ତ୍ରଣାରୁ କଟକ ସହରବାସୀଙ୍କୁ ମୁକ୍ତି  ମିଳିବ । ଗୁରୁବାର ୪୫୦ କୋଟି ଟଙ୍କା  ବ୍ୟୟରେ ନିର୍ମିତ ଦୀର୍ଘ ପ୍ରାୟ ୩ କିମିର  ବକ୍ସଡ୍ରେନ୍‌ର ଲୋକାର୍ପଣ ହେବ।  ପ୍ରଫେସରପଡ଼ା ଦୁର୍ଗାମଣ୍ଡପ ସାମ୍ନାରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକାର୍ପଣ  ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭିଡିଓ୍‌ କନ୍‌ଫରେନ୍ସିଂ ଜରିଆରେ ଭାଗ ନେଇ ଏହି ବକ୍ସଡ୍ରେନ୍‌କୁ କଟକ ସହରବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର  କାର୍ଯ୍ୟକ୍ରମ ରହିଛି । ଦିନ ୧୦ଟା ୧୫ରେ  କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ୧୧ଟା ୧୫ରେ ମୁଖ୍ୟମନ୍ତ୍ରୀ ଏହାକୁ  ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।  

ଅଧିକାଂଶ ବର୍ଷ ଉଦ୍‌ବୃତ୍ତ ବର୍ଷାଜଳରେ  କଟକ ସହର ଉବୁଟୁବୁ ହେଉଥିବା କାରଣରୁ  ଏଥିରୁ ସହରକୁ ରକ୍ଷା କରିବା ପାଇଁ ମୁଖ୍ୟ  ଡ୍ରେନ୍‌ ସହ ଏହି ବକ୍ସଡ୍ରେନ୍‌ ନିର୍ମାଣ ହୋଇଛି । ୧୧ କିମି ବ୍ୟାପି ଏହି ଡ୍ରେନ୍‌ରୁ କେବଳ  ବକ୍ସ ଡ୍ରେନ୍‌ ହେଉଛି ପ୍ରାୟ ୩ କିମି । ଏହି  ଡ୍ରେନ୍‌ ନିର୍ମାଣ କାର୍ଯ୍ୟର ଭିତ୍ତିଭୂମି ପ୍ରଥମେ  ୨୦୧୩ରେ ପଡ଼ିଥିଲା । କିନ୍ତୁ ଏହି ନିର୍ମାଣ  କାର୍ଯ୍ୟ ଆରମ୍ଭ କରିଥିବା ଠିକାସଂସ୍ଥାର ଚୁକ୍ତିକୁ  ବାତିଲ୍‌ କରି ଦିଆଯାଇଥିଲା । ପରେ ଏଥିପାଇଁ  ଆଉ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା ।  

ଡ୍ରେନ୍‌ କାର୍ଯ୍ୟ ଚାଲିଥିଲେ ମଧ୍ୟ ବକ୍ସଡ୍ରେନ୍‌  ନିର୍ମାଣ କାର୍ଯ୍ୟ ଜାଇକା ପରେ ଦାୟିତ୍ୱ  ନେଇଥିବା ୱାଟ୍‌କୋ ପାଇଁ ବଡ଼ ଚାଲେଞ୍ଜ୍‌ ସୃଷ୍ଟି  କରିଥିଲା। କାରଣ ପଟ୍ଟାପୋଲଠାରୁ ଆରମ୍ଭ  ହୋଇଥିବା ବକ୍ସଡ୍ରେନ୍‌ କାର୍ଯ୍ୟ ଛତ୍ରବଜାର  ପର୍ଯ୍ୟନ୍ତ ଆସିଲା ବେଳେ ଅନେକ ଘର ଏହି ଡ୍ରେନ୍‌ ପାଶ୍ୱର୍ରେ ପଡ଼ିଥିଲା । ଡ୍ରେନ୍‌ ପାଇଁ  ଖୋଳାବେଳେ ଅନେକ ଘର ପ୍ରତି ଏହା  ବିପଦ ସୃଷ୍ଟି କରିଥିଲା । ଖୋଳାଯାଉଥିବା  ମେସିନ୍‌ର କମ୍ପନରେ କେତେକ ଘରର  କାନ୍ଥ ଭାଙ୍ଗି ଯାଇଥିଲାବେଳେ ଘରରେ  ବିରାଟ ବିରାଟ ଫାଟ ସୃଷ୍ଟି ହୋଇଥିଲା । 

ତେଣୁ ଘରକୁ ବିପଦରେ ନ  ପକାଇ ଯେପରି ଡ୍ରେନ୍‌ ଖୋଳିହେବ  ସେଥିପାଇଁ ଜାପାନରୁ ଏକ ସ୍ୱତନ୍ତ୍ର ମେସିନ୍‌ ଅଣାଯାଇଥିଲା। ୨୦୨୩ ମାର୍ଚ୍ଚରୁ ୨୫୯୦  ମିଟର ଦୀର୍ଘ ବକ୍ସଡ୍ରେନ୍‌ କାର୍ଯ୍ୟ ଯୁଦ୍ଧକାଳୀନ  ଭିତ୍ତିରେ ଆରମ୍ଭ ହୋଇଥିଲା ବୋଲି ଏହାର  ଦାୟିତ୍ୱରେ ଥିବା ୱାଟ୍‌କୋ ଡ୍ରେନେଜ୍‌  ଡିଭିଜନ୍‌ ମ୍ୟାନେଜର୍‌ ବିଜୟ କୁମାର ପଣ୍ଡା  ସୂଚନା ଦେଇଛନ୍ତି । 

ଶ୍ରୀ ପଣ୍ଡା କହିଛନ୍ତି  ଯେ, ଇତିମଧ୍ୟରେ ବକ୍ସଡ୍ରେନ୍‌ର ୨୮୦୦  ମିଟର କାର୍ଯ୍ୟ ଅର୍ଥାତ ପଟ୍ଟାପୋଲଠାରୁ  ପ୍ରଫେସରପଡ଼ା ପର୍ଯ୍ୟନ୍ତ କାମ ଶେଷ ହୋଇଯାଇଛି । ଆଉ ୧୯୪ ମିଟର କାର୍ଯ୍ୟ ବାକି ରହିଛି । ଏହି କାର୍ଯ୍ୟ ପ୍ରଫେସରପଡ଼ାଠାରୁ  ଆରମ୍ଭ ହୋଇ ଛତ୍ରବଜାର ପର୍ଯ୍ୟନ୍ତ ଚାଲିବ । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ। ଛତ୍ରବଜାରରୁ ମାତୃଭବନ ପର୍ଯ୍ୟନ୍ତ  ନିର୍ମାଣ ହେବାକୁ ଥିବା ୮୧୦ ମିଟରର  ଓପନ୍‌ ଡ୍ରେନ୍‌ କାର୍ଯ୍ୟ ଡିସେମ୍ବର ଶେଷ  ସୁଦ୍ଧା ସରିବ । ଅନ୍ୟପଟେ ମାତୃଭବନଠାରୁ  ମତ୍ତଗଜପୁର ପର୍ଯ୍ୟନ୍ତ ଓପନ୍‌ ଡ୍ରେନ୍‌ କାର୍ଯ୍ୟ  ଚାଲିଛି । ଏଥିରୁ ଆଉ ମାତ୍ର ଗୋଟେ  କିଲୋମିଟର କାର୍ଯ୍ୟ ବାକି ରହିଛି ।  

ବର୍ଷାଜଳ ନିଷ୍କାସନରେ ଏହି ବକ୍ସଡ୍ରେନ୍‌ର  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି  ୱାଟ୍‌କୋ ମ୍ୟାନେଜର ଶ୍ରୀ ପଣ୍ଡା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଟିଭି ଷ୍ଟେସନ୍‌ଠାରୁ ଆରମ୍ଭ  କରି, ଖ୍ରାଷ୍ଟ କଲେଜ୍‌, ଚଣ୍ଡୀ ମନ୍ଦିର, ଖଟ୍‌ବିନ୍‌  ସାହି, ଓଡ଼ିଆ ବଜାର, ସୂତାହାଟ,  ପଟ୍ଟାପୋଲ, ବକ୍ସିବଜାର,  ମେରିଆ ବଜାର, ରାଉସାପାଟଣା,  ଗହ୍ମାଡ଼ିହ, ପ୍ରଫେସରପଡ଼ା ଆଦି  ଅଞ୍ଚଳରେ ସମସ୍ତ ଉଦ୍‌ବୃତ୍ତ  ବର୍ଷାଜଳ ସିଧାସଳଖ ଆସି ଏହି  ବକ୍ସଡ୍ରେନ୍‌ରେ ପଡ଼ିବ । କଟକ  ସହରରେ ଦୁଇ ଦିନ ଧରି ବର୍ଷା  ହେଲେ ବି ଗୋଟେ ବୁନ୍ଦା ପାଣି  ଏହିସବୁ ଅଞ୍ଚଳରେ ସଡ଼କ  ଉପରେ ଜମା ହେବ ନାହିଁ କିମ୍ବା କାହା  ଘରେ ପଶିବ ନାହିଁ ବୋଲି ସେ କହିଛନ୍ତି ।  

କିନ୍ତୁ ବକ୍ସଡ୍ରେନ୍‌ର ଲାଭ କେବଳ  ଏତିକିରେ ସୀମିତ ହୋଇ ରହିବ ନାହିଁ ।  ବକ୍ସଡ୍ରେନ୍‌ ଯାତାୟାତର ମୁଖ୍ୟ ମାଧ୍ୟମ  ପାଲଟିବ । ଏଥିରେ ବଡ଼ ଗାଡ଼ି ସହ ସାଇକେଲ୍‌  ଟ୍ରାକ୍‌, ଫୁଟ୍‌ପାଥ୍‌ ମଧ୍ୟ ରହିବ । ବିଭିନ୍ନ ସ୍ଥାନରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.