ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ବ୍ରିଟେନ ରାଜପରିବାରର ବୋହୂଙ୍କ ପୂର୍ବତନ ସ୍ବାମୀ ଲେଖିବେ ପୁସ୍ତକ ! ମେଗନ ମର୍କେଲଙ୍କ ସଂପର୍କରେ ହୋଇପାରେ ନୂଆ ଖୁଲାସା

ଲଣ୍ଡନ, ୧୩/୦୯: ରାଜକୁମାର ହ୍ୟାରୀଙ୍କ ପତ୍ନୀ ମେଗନ୍‌ ମର୍କେଲଙ୍କ ପୂର୍ବ ବିବାହକୁ ନେଇ ବହି ଲେଖିବେ ତାଙ୍କ ପୂର୍ବତନ ସ୍ବାମୀ ଟ୍ରେଭର ଏଙ୍ଗଲସନ୍‌ । ବ୍ରିଟେନ ରାଜପରିବାରର ବହୁ ଲୋକପ୍ରିୟ ସଦସ୍ୟ ହ୍ୟାରୀଙ୍କୁ ବିବାହ କରିବା ପୂର୍ବରୁ ଡଚେସ୍‌ ଅଫ ସସେକ୍ସ ମେଗନ୍‌ ମର୍କେଲ ବ୍ରିଟେନର ଫିଲ୍ମ ପ୍ରଯୋଜକ ଏଙ୍ଗଲସନଙ୍କୁ ବିବାହ କରିଥିଲେ । ଦୀର୍ଘ ୭ ବର୍ଷ ଡେଟିଂ କରିବା ପରେ ବିବାହ କରିଥିଲେ ମର୍କେଲ ଏବଂ ଏଙ୍ଗଲସନ୍‌ । ୨୦୧୧ରେ ବିବାହ କରିଥିଲେ ଏହି ଦୁଇ ଯୋଡି । ହେଲେ ବିବାହ ବେଶି ଦିନ  ତିଷ୍ଠି ପାରିଲା ନାହିଁ । ୨୦୧୩ରେ ଛାଡ଼ପତ୍ର ନେବାକୁ ଆବେଦନ କରିଥିଲେ ମେଗନ୍‌ ମର୍କେଲ । 

ଲଣ୍ଡନରୁ ନଓ୍ବାଜ ସରିଫଙ୍କ ଫେରିବାକୁ ନେଇ ପାକିସ୍ତାନରେ ଉତ୍ସାହ, ଦଳୀୟ ନେତା କହିଲେ ସେ ଆସିଲେ ଦେଶର ସ୍ଥିତି ଠିକ୍ ହୋଇଯିବ...

ଆଉ ଏବେ ତାଙ୍କ ପୂର୍ବ ବିବାହର କାହାଣୀ ଲେଖିବେ ମେଗନ୍‌ ମର୍କେଲଙ୍କ ପୂର୍ବତନ ସ୍ବାମୀ । ତାଙ୍କ ପାଖକୁ ବହି ଲେଖିବା ଲାଗି ଅଫର ଆସିଥିବା ନେଇ ରାଜପରିବାରର ଜଣେ ବିଶେଷଜ୍ଞ ନୀଲ ସିନ୍‌ ସୂଚନା ଦେଇଛନ୍ତି । ନୀଲ ସିନ୍‌, ହ୍ୟାରୀ ଏବଂ ମର୍କେଲଙ୍କ ଜୀବନୀକୁ ନେଇ ‘ଏ ଟୁ ଜେଡ୍‌ ହ୍ୟାରୀ ଆଣ୍ଡ ମର୍କେଲ’ ଶୀର୍ଷକ ଏକ ପୁସ୍ତକ ଲେଖିଥିଲେ । ତେବେ ଟ୍ରେଭର ଏଙ୍ଗଲସନ୍‌ ମୋଟାଅଙ୍କର ଟଙ୍କା ଅଫର ପାଇଥିବା ନୀଲ କହିଛନ୍ତି । 

ଟ୍ରେଭର ଏବେ ନିଜର ପୂର୍ବ ବିବାହ ସଂପର୍କରେ ବହି ଲେଖିବାକୁ ଯାଉଛନ୍ତି ।  ଟ୍ରେଭର ପୂର୍ବ ବିବାହ ସଂପର୍କରେ କଣ ଲେଖିବେ ଏବଂ ମର୍କେଲଙ୍କ ସଂପର୍କରେ କେଉଁ ତଥ୍ୟ ପ୍ରଘଟ କରିବେ ସେନେଇ ମେଗନ୍‌ ମର୍କେଲ ଚିନ୍ତିତ ହୋଇପାରନ୍ତି ବୋଲି ନୀଲ କହିଛନ୍ତି । ଡେଲି ମେଲ୍‌ର ଏକ ରିପୋର୍ଟ ଅନୁସାରେ, ଟ୍ରେଭର ଏବେ ମେଗନଙ୍କୁ ଭୁଲି ସାରିଛନ୍ତି । ଏପରିକି ମେଗନଙ୍କ ଠାରୁ ଟ୍ରେଭରଙ୍କ ପାଖରେ ଏବେ ପ୍ରବଳ ସଂପତ୍ତି ରହିଛି । ଏବଂ ସେ ବହୁତ ଭଲ ଜୀବନ ବିତାଉଛନ୍ତି । ତେଣୁ ତାଙ୍କ ପୂର୍ବ ବିବାହ ସଂପର୍କରେ ବହି ଲେଖିବାକୁ ହୁଏତ ଟ୍ରେଭର ଶଙ୍କା ପ୍ରକାଶ କରିବେ ନାହିଁ ।

You can also read: ଆମେରିକା ପୋଲିସର ଏ କି ବ୍ୟବହାର ! ଭାରତୀୟ ଛାତ୍ରୀଙ୍କୁ ଗାଡ଼ି ଚଢ଼ାଇ ମାରିଦେଲେ, ଉପହାସ କରି କହିଲେ-ତା’ ଜୀବନର ମୂଲ୍ୟ କେତେ ?

Meghan Markle
Trevor Engelson

Copyright © 2022 - Summa Real Media Private Limited. All Rights Reserved.