ମାଲକାନଗିରି,୧୦।୧୧ ଆଜି ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଆନ୍ତର୍ଜାତୀୟ ପୁଷ୍ଟିଶସ୍ଯ ସମ୍ମିଳନୀରେ ମାଲକାନଗିରି ଜିଲ୍ଲାର ଆଦିବାସୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଉତ୍ତମ ପୃଷ୍ଟିକର ମଣ୍ଡିଆ ଜଳଖିଆ ଓ ଖାଦ୍ୟ ପ୍ରସ୍ତୁତି ପାଇଁ ରାଜ୍ୟ ସ୍ଥରୀୟ ପୁରସ୍କୃତ ହୋଇଛନ୍ତି । ଏହି ଗ୍ରୁପ ମଣ୍ଡିଆରେ ପ୍ରସ୍ତୁତ ଉନ୍ନତ ମାନର ସୁସ୍ୱାଦୁ ଜଳଖିଆ ପ୍ରସ୍ତୁତ କରି ବର୍ଷକୁ ୫ ଲକ୍ଷଟଙ୍କାରୁ ଉର୍ଦ୍ଧ ରୋଜଗାର କରିପାରିଥିବାରୁ ସେଥି ପାଇଁ ଡବ୍ଲୁ ଆଣ୍ଡ ସିଡି ମନ୍ତ୍ରୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଗଙ୍ଗା ହରି ଜାନୁ ଏସଏଚଜି ଗ୍ରୁପକୁ ପୁରସ୍କୃତ କରିଛନ୍ତି ।
ମିଲେଟ ଆଧାରିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଆର୍ଥିକ ବ୍ୟାଙ୍କ ଲିଙ୍କେଜ୍ ଏବଂ ବୈଷୟିକ ତାଲିମ ପ୍ରଦାନ କରି ଉଦ୍ୟୋଗୀ ବିକାଶରେ ଏସଏଜି ଗ୍ରୁପ ମିଲେଟ୍ ମିଶନ୍ ଏବଂ ମିଶନ୍ ଶକ୍ତି ଦ୍ୱାରା ସମର୍ଥିତ ଏବଂ ମିଲେଟରେ ନିର୍ମିତ ବିଭିନ୍ନ ଟିଫିନ୍ ବିକ୍ରି କରି ଏକ ବର୍ଷରେ ୫ ଲକ୍ଷଟଙ୍କା ଆୟ କରିପାରିଛନ୍ତି । ଆଜି ଭୁବନେଶ୍ୱରର ଜନତା ମଇଦାନରେ ମିଲେଟସ୍ ଆନ୍ତର୍ଜାତୀୟ ସମ୍ମିଳନୀରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମାଥିଲି ବ୍ଲକର ଗଙ୍ଗା ହରି ଜାନୁ ଏସଏଚଜି ଗ୍ରୁପ ସଭାପତି ଓ ସମ୍ପାଦିକାଙ୍କୁ ସମ୍ମାନିତ କରିବା ସହିତ ପୁରସ୍କୃତ କରିଥିବାର ଓଡିଶା ଜୀବିକା ମିଶନ ଜିଲ୍ଲା ପରିଚାଳକ ପବିତ୍ର ମୋହନ ବାରା ସୂଚନା ଦେଇଛନ୍ତି ।