ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେଟ୍ରୋ ପ୍ରକଳ୍ପକୁ ନେଇ ଉଚ୍ଚସ୍ତରୀୟ ବୈଠକ, ୬ ମାସରେ ସରିବ ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର ୦୮/୦୨: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆସନ୍ତା ୬ ରୁ ୮  ମାସ ଭିତରେ ଆବଶ୍ୟକ ଭୂମି ଯୋଜନା  ଓ ଗଠନ ବ୍ୟବସ୍ଥା, ସିଭିଲ କାମ ଓ  ବିଭିନ୍ନ ଉପଯୋଗିତା ସ୍ଥାନାନ୍ତର ପାଇଁ ଟେଣ୍ଡର କାମ ସାରିବ । ବୁଧବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ପ୍ରକଳ୍ପକୁ ନେଇ ଆଲୋଚନା କରିଛନ୍ତି । 

ବୈଠକରେ ପ୍ରକଳ୍ପ ପାଇଁ ପାଣ୍ଠି  ବ୍ୟବସ୍ଥା, ବୈଷୟିକ ଦିଗ, ମେଟ୍ରୋ ଟ୍ରେନ୍‌ ରହଣୀ ପାଇଁ ବିଭିନ୍ନ ସ୍ଥାନରେ ଷ୍ଟେସନ ଓ ପ୍ଲାଟଫର୍ମ ବ୍ୟବସ୍ଥା ଉପରେ ଆଲାଚନା ହୋଇଥିଲା । ୨୦୨୪  ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ । ଆଗାମୀ ଡିସେମ୍ୱର ୨୦୨୭  ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ଅଛି । 

ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ  ତ୍ରିଶୁଳିଆ ଯାଏ ମେଟ୍ରୋ ରେଳ ଚାଲିବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଦିଲ୍ଲୀ ମେଟ୍ରୋ  ରେଳ କର୍ପୋରେସନ (ଡିଏମ୍‌ଆର୍‌ସି) କୁ ଟର୍ଣ୍ଣ-କି ପରାମର୍ଶଦାତା ଭାବରେ  ନିଯୁକ୍ତ କରାଯାଇଛି । ଭୁବନେଶ୍ୱର ମେଟ୍ରା  ରେଳ କର୍ପୋରେସନ (ବିଏମ୍‌ଆର୍‌ସି)  ସହ ଚୁକ୍ତି ସ୍ୱାକ୍ଷର କରିଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,  ଗୃହ ଓ ନଗର ଉନ୍ନୟନ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.  ମାଥିଭାଥାନନ୍‌, ଅର୍ଥ ବିଭାଗ ପ୍ରମୁଖ  ଶାସନ ସଚିବ ବିଶାଳ କୁମାର ଦେବ,  ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର  ଶାସନ ସଚିବ (ରେଳ ନିଗମ)  ମନୋଜ କୁମାର ମିଶ୍ରଙ୍କ ସହ କମିଟିର  ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକ ପୂର୍ବରୁ ଭୁବନେଶ୍ୱର ମେଟ୍ରୋ  ରେଳ କର୍ପୋରେସନ ନିର୍ଦ୍ଦେଶକ ମଣ୍ଡଳୀ  ପରିଷଦର ଦ୍ୱିତୀୟ ବୈଠକ ବସିଥିଲା । ଏଥିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା  କରିଥିଲେ । ବୈଠକରେ ମେଟ୍ରା ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମର ସ୍ଥିତି  ସମ୍ପର୍କରେ ଆଲୋଚନା ହୋଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.