ସୋର, ୧୧/୧୧ ; ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପାଟିମୁଣ୍ଡା ହାଇସ୍କୁଲର ୨ ଦଶମ ଶ୍ରେଣୀ ଛାତ୍ର ନିଖୋଜ। ଲେଙ୍କାତୋଟା ଗ୍ରାମର ରମେଶ ସାହୁଙ୍କ ପୁଅ ରାଜେଶ ଓ ଅନନ୍ତପୁର ପୂରଣ ପ୍ରମାଣିକଙ୍କ ପୁଅ ଅବିନାଶ ଶୁକ୍ରବାର ଠାରୁ କେଉଁଆଡ଼େ ଚାଲିଯାଇଛନ୍ତି। ପୋଲିସ ଏନେଇ ତଦନ୍ତ ଜାରି ରଖିଛି।
ସୂଚନାନୁଯାୟୀ, ରାଜେଶ ଓ ଅବିନାଶ ଦୁହେଁ ପାଟିମୁଣ୍ଡା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ନ୍ତି l ସବୁଦିନ ପରି ୧୦ ତାରିଖ ଦିନ ସ୍କୁଲ ଯାଇ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ। ଆଜି ଅନନ୍ତପୁର ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି। ଅନନ୍ତପୁର ଫାଣ୍ଡି ଅଧିକାରୀ ଏତଲାକୁ ଗ୍ରହଣ କରି ତଦନ୍ତ ଜାରି ରଖିଛନ୍ତି।