ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

U19 ବିଶ୍ବକପ୍‌: ଦକ୍ଷିଣ ଆଫ୍ରିକା ନିରାଶ, ନବମ ଥର ଲାଗି ଫାଇନାଲରେ ଟିମ୍‌ ଇଣ୍ଡିଆ

Image Courtesy: espncricinfo

ବେନୋନି: ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଟିମ୍‌ର କମାଲ । ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିନାୟକ ଉଦୟ ଶରଣଙ୍କ ଅଧିନାୟକତ୍ଵ ଇନିଂସ ଓ ସଚିନ ଦାସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୧୯ ବର୍ଷରୁ କମ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୩ ଓ୍ଵିକେଟରେ ପରାସ୍ତ କରିଛି । ଏଥିସହ ଭାରତ ୨୦୨୦ରୁ କ୍ରମାଗତ ୩ ଥର ଫାଇନାଲରେ ପ୍ରବେଶ କରିଛି । ଏହାସହ ମୋଟ୍ ୯ ଥର ଫାଇନାଲ ମୁକାବିଲା ଖେଳିବାକୁ ଯାଉଛି ଭାରତ । 

ଆଜି ବେନୋନିରେ ଖେଳା ଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଲୁହାନ ପ୍ରିଟୋରିୟସଙ୍କ ୭୬ ରନ ଓ ରିଚାର୍ଡଙ୍କ ୬୪ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୪୪ ରନର ଲଢୁଆ ସ୍କୋର କରିଥିଲା । ଜବାବରେ ସଚିନ ଦାସଙ୍କ ଚମତ୍କାର ୯୬ ରନ ଓ ଅଧିନାୟକ ଉଦୟ ଶରଣଙ୍କ ଲଢୁଆ ୮୧ ରନ ବଳରେ ଭାରତ ୪୮.୫ ଓଭରରେ ୮ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି।

ଭାରତୀୟ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ପ୍ରଥମ ବଲରେ ଆଦର୍ଶ ସିଂ(୦)ଙ୍କ ଓ୍ଵିକେଟ୍ ହରାଇଥିଲା ଦଳ । ପୁଣି ୮ ରନ ବେଳକୁ ମୁଶିର ଖାନ(୪) ଆଉଟ୍ ହୋଇଥିଲେ । ଏହା ପରେ  ଅର୍ଶିନ କୁଲକର୍ଣ୍ଣି(୧୨) ଓ ପ୍ରିୟାଂଶୁ ମୋଲିଆ(୫) ପାଭିଲିୟନ ଫେରିଥିଲେ । ୩୨ ରନରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା ଭାରତର ଇନିଂସ ସମ୍ଭାଳିଥିଲେ ଅଧିନାୟକ ଉଦୟ ଶରଣ ଓ ସଚିନ ଦାସ । ସଚିନ ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୧୭୧ ରନ ଯୋଡ଼ି ଦଳର ସ୍କୋରକୁ ୨୦୩ରେ ପହଞ୍ଚାଇବା ସହ ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ । 

ମ୍ୟାଚ୍‌ରେ ସଚିନ ଦାସ ୯୫ ବଲରେ ୧୧ଟି ଚୌକା ଏବଂ ଗୋଟିଏ ଛକା ସହ ୯୬ ରନ୍‌ କରି ଆଉଟ ହୋଇଥିଲେ । ଏହା ପରେ ଦଳର ଦାୟିତ୍ବ ସମ୍ଭାଳିଥିଲେ ଉଦୟ ଶରଣ । ସେ ୧୨୪ ବଲରେ ୬ ଚୌକା ସହ ୮୧ ରନ୍‌ କରି ରନ୍‌ ଆଉଟ ହୋଇଥିଲେ । ଉଦୟ ଶରଣ ଆଉଟ ହେଲା ବେଳକୁ ଦଳକୁ ମାତ୍ର ଗୋଟିଏ ରନ୍‌ର ଆବଶ୍ୟକତା ଥିଲା । ଉଦୟଙ୍କ ପରେ କ୍ରିଜ୍‌କୁ ନମନ ତିଓ୍ବାରି ଆସିଥିବା ବେଳେ ପୂର୍ବରୁ ରାଜ ଲିମ୍ବାନୀ ଥିଲେ । ଶେଷରେ ୮ ଓ୍ବିକେଟ ହରାଇ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିବା ସହ ଫାଇନାଲରେ ପ୍ରବେଶ କରିଛି ।  

 

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.