ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଉତ୍ତରାଖଣ୍ଡ ଗସ୍ତରେ କେନ୍ଦ୍ରମନ୍ତ୍ରୀ ; ଭାରତ ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ : ଧର୍ମେନ୍ଦ୍ର ପ୍ରଧାନ

ଦେହେରାଦୁନ/ଭୁବନେଶ୍ୱର,୧୨/୯ :  ଭାରତ ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ ବୋଲି ଉତ୍ତରାଖଣ୍ଡର ଦେହେରାଦୁନରେ ୟୁପି.ଇ.ଏସ. ବିଶ୍ୱବିଦ୍ୟାଳୟର "ବିକଶିତ ଭାରତ ୨୦୪୭" ଶୀର୍ଷକ ଅମୃତ କାଳ ବିମର୍ଷ ଆଲୋଚନାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଓ  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେହେରାଦୁନଠାରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଲୋକାର୍ପଣ କରିବା ସହ ପିଏମ ଶ୍ରୀ ବିଦ୍ୟାଳୟ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି I ଏହାସହ ମେଧାବୀ ଛାତ୍ର ବୃତ୍ତି ମଧ୍ୟ ଶୁଭାରମ୍ଭ କରିଛନ୍ତି I 

ଏହି ଅବସରରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଯୁକ୍ତିବିଦ୍ୟା ଆଧାରିତ ଆଧୁନିକ ଡାଟା ଡ୍ରିଭେନ୍ ମଡେଲ ଓ ବିଦ୍ୟା ସମୀକ୍ଷା କେନ୍ଦ୍ର, ଉତ୍ତରାଖଣ୍ଡରେ ଥିବା ୨୩ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ଦିଗରେ ଏକ ପ୍ରଭାବଶାଳୀ ପଦକ୍ଷେପ ହେବ I ଏହି କେନ୍ଦ୍ର ମାଧ୍ୟମରେ ରାଜ୍ୟରେ ଥିବା ୨୨ହଜାରରୁ ଊର୍ଦ୍ଧ୍ବ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୩.୫ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ୧ଲକ୍ଷ ୨୨ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ି ହେବା ସହ ସମସ୍ତଙ୍କ ତଥ୍ୟ ମଧ୍ୟ ଉପଲବ୍ଧ ରହିବ I ରାଜ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଜଣାପଡ଼ିବ I ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ I ଏକ ବିଂଶ ଶତାବ୍ଦୀରେ ଜ୍ଞାନ ଆଧାରିତ ଅର୍ଥନୀତି ପ୍ରସ୍ତୁତ କରିବା ଦିଗରେ ଜାତୀୟ ଶିକ୍ଷାନୀତି ଏକ ଦାର୍ଶନିକ ତତ୍ତ୍ବ I ଜାତୀୟ ଶିକ୍ଷାନୀତି ଆଧାରରେ ୧୪୧ଟି ପିଏମ ଶ୍ରୀ ବିଦ୍ୟାଳୟର ଶିଳାନ୍ୟାସ ଓ ମେଧାବୀ ଛାତ୍ର ବୃତ୍ତି ଏବଂ ରାଜ୍ୟରେ ଗବେଷଣାକୁ ପ୍ରାତ୍ସାହିତ କରିବା ଦିଗରେ ରାଜ୍ୟ ଗବେଷଣା ବୃତ୍ତି ପାଇଁ ଆର୍ଥିକ ପ୍ରବନ୍ଧନ କରାଯିବା ଉତ୍ତରାଖଣ୍ଡ ସରକାରର ଶିକ୍ଷାର ବିକାଶ ପ୍ରତି ପ୍ରାଥମିକତାକୁ ଦର୍ଶାଉଛି I 

ଜାତୀୟ ଶିକ୍ଷାନୀତିକୁ କ୍ରିୟାନ୍ୱୟନ କରିବା ଦିଗରେ ଉତ୍ତରାଖଣ୍ଡ ଦେଶର ଅନେକ ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି I ଦେହେରାଦୁନ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନର ପିଢ଼ିର ଆଶା, ଆକାଂକ୍ଷାକୁ ବୁଝିବାକୁ ହେବ I ଭାରତକୁ ସ୍ୱାଧୀନତାର ୭୬ବର୍ଷ ପୂରଣ ହୋଇଛି ଏବଂ ବିଶ୍ୱରେ ଶାନ୍ତି, ଅହିଂସା, ସ୍ୱାଧୀନତା, ଗଣତନ୍ତ୍ର ଭଳି ମୂଲ୍ୟବୋଧ ଉପରେ ଗୁରୁତ୍ୱ  ଦିଆଯାଉଛି, ଏହାର ଜନନାୟକ ହେଉଛନ୍ତି ମହାତ୍ମା ଗାନ୍ଧୀ I ନିକଟରେ ଅନୁଷ୍ଠିତ ହୋଇଥିବା ଜି ୨୦ ବୈଠକରେ ଯୋଗଦେଇଥିବା ବିଶ୍ୱର ନେତୃବୃନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସ୍ଥଳରେ ଏକତ୍ରିତ ହୋଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱ ଯୋଗୁଁ ହିଁ ସମ୍ଭବ ହୋଇଛି I ପାଶ୍ଚାତ ଦେଶରେ ପ୍ରତ୍ୟେକ ବିଷୟ ବ୍ୟକ୍ତି କେନ୍ଦ୍ରିତ ଥିଲାବେଳେ ଭାରତରେ ପ୍ରତ୍ୟେକ କାର୍ଯ୍ୟ ସର୍ବସ୍ପର୍ଶୀ ହୋଇଥାଏ ଓ ଭାରତ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି I

Copyright © 2022 - Summa Real Media Private Limited. All Rights Reserved.