ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ-ସାଂସଦ, ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଭୋପାଳ, ୨୫/୦୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ୩୯ ଜଣିଆ ପ୍ରାର୍ଥୀ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦଙ୍କ ନାଁ ସାମିଲ ରହିଛି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦିମାନୀରୁ ଟିକେଟ୍ ମିଳିଛି । ତୋମାରଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟ୍ଟେଲ ଏବଂ ଫାଗନ ସିଂହ କୁଲସ୍ତେ ଯଥାକ୍ରମେ ନରସିଂହପୁର ଏବଂ ନିଓ୍ବାସ ଆସନରୁ ନିର୍ବାଚନ ଲଢ଼ିବେ । 

୩ ଜଣ ସାଂସଦ ଉଦୟ ପ୍ରତାପ ସିଂହ, ରୀତି ପାଠକ ଏବଂ ଗଣେଶ ସିଂହଙ୍କ ନାଁ ଦ୍ବିତୀୟ ତାଲିକାରେ ସାମିଲ ହୋଇଛି । ସେମାନେ ଯଥାକ୍ରମେ ଗଦରଓ୍ବାରା, ସିଦ୍ଧି ଏବଂ ସତନାରୁ ଭାଗ୍ୟ ପରୀକ୍ଷା କରିବେ । ଏହା ସହ ବିଜେପିର ସାଧାରଣ ସଂପାଦକ କୈଳାଶ ବିଜୟବର୍ଗୀୟ ମଧ୍ୟ ବିଧାନସଭା ନିର୍ବାଚନରେ ଲଢ଼ିବେ । ଏହା ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେପି । 

ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ମିଶାଇ ମୋଟ ୭୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ୨୩୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କେଉଁ ଆସନରୁ ମୈଦାନକୁ ଓହ୍ଲାଇବେ ସେନେଇ ସୂଚନା ମିଳିପାରି ନାହିଁ । ସୂଚନାଯୋଗ୍ୟ, ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିଥିଲା । ହେଲେ ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ ସେ ବିଜେପିରେ ୨୨ ବିଧାୟକଙ୍କ ସହ ସାମିଲ ହୋଇଥିଲେ । ଏହା ପରେ ମଧ୍ୟପ୍ରଦେଶର ଶାସନ ଭାର ବିଜେପି ହାତକୁ ଯାଇଥିଲା ।  

  • prameyanews
  • PrameyaOdia
  • prameya
  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.