ଜୟପୁର, ୧୧/୦୯ : ସେବାଶ୍ରମରେ ଛାତ୍ରୀଙ୍କ ଅସ୍ଵାଭାବିକ ମୃତ୍ୟୁ। ସୋମବାର ହରଡ଼ା ପୁଟ ସେବାଶ୍ରମର ଜଣେ ଛାତ୍ରୀଙ୍କ ଅସ୍ଵାଭାବିକ ଭାବେ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି କୁସୁମୀ ପଞ୍ଚାୟତ ରବନଗୁଡ଼ାର । ସେ ସେବାଶ୍ରମର ଅଷ୍ଟମ ଶ୍ରେଣୀରେ ପଢୁଥିଲେ।
ଆଜି ଛାତ୍ରୀଙ୍କ ସ୍ଵାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ରବନାଗୁଡ଼ା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍କୁଲ କର୍ତ୍ତୃପକ୍ଷ । ହେଲେ ଡକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୋରିଗୁମ୍ମା ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ପରିବାର ଲୋକେ। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏହାର ତଦନ୍ତ ଦାବି ହୋଇଛି।