ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

୫ଦିନ ହେବ ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ , ଉଦ୍ଧାର କାର୍ଯ୍ୟ ପାଇଁ ଲାଗିବ ଆଉ ୨-୩ ଦିନ

ଉତ୍ତରାଖଣ୍ଡ (ଉତ୍ତରକାଶୀ) – ଉତ୍ତରାଖଣ୍ଡର ଉତ୍ତରାକାଶୀରେ ୪୦ ଜଣ ଶ୍ରମିକ ଗତ ୫ ଦିନରୁ ଫସି ରହିଛନ୍ତି। ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଦିନରାତି ରେସ୍କ୍ୟୁ ଅପରେସନ ଜାରି ରହିଛି , କିନ୍ତୁ ଏବେସୁଦ୍ଧା ସଫଳତା ମିଳିପାରି ନାହିଁ। କୁହାଯାଉଛି କି, ଶ୍ରମିକଙ୍କୁ ସୁରକ୍ଷିତ ଟନେଲରୁ ବାହାର କରିବାରେ ଆଉ୨-୩ଦିନର ସମୟ ଲାଗିପାରେ। 

ଶ୍ରମିକଙ୍କୁ ବାହାର କରିବାକୁ ଆଧୁନିକ ମେସିନର ସାହାଯ୍ୟ ନିଆଯାଉଛି। ଗୁରୁବାର ମଧ୍ୟ ଆମେରିକୀୟ ଅଗର ମେସିନ ଇନଷ୍ଟାଲ କରି ପୁଣି ଥରେ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି। ଏହି ମଧ୍ୟରେ କେନ୍ଦ୍ରୀୟ ମନ୍ତ୍ରୀ ଭିକେ ସିଂହ ଗୁରୁବାର ସ୍ଥିତି ବିଷୟରେ ଅନୁଧ୍ୟାନ କରିବାକୁ ପହଞ୍ଚିଛନ୍ତି । ସେ କହିଥିଲେ କି, ଶ୍ରମିକଙ୍କୁ ସୁରକ୍ଷିତ ବାହାର କରିବାରେ ଆଉ ୨-୩ ଦିନ ସମୟ ଲାଗିପାରେ। ସେ କହିଥିଲେ , ଏମିତି ତ ଉଦ୍ଧାର କାର୍ଯ୍ୟ ଶୀଘ୍ର ପୂରା କରାଯାଇ ପାରନ୍ତା, ଶୁକ୍ରବାର ସୁଦ୍ଧା ମଧ୍ୟ , କିନ୍ତୁ ସରକାର ଅପ୍ରତ୍ୟାଶିତ ଭାବେ କଠିନ ସ୍ଥିତିକୁ ଧ୍ୟାନରେ ରଖି ଦୀର୍ଘ ସମୟସୀମା ସ୍ଥିର କରିଛନ୍ତି। 

ଘଟଣା ସ୍ଥଳରେ ଥିବା ଭିକେ ସିଂହ କହିଛନ୍ତି କି , ଆମର ପ୍ରାଥମିକତା ଏହା ସୁନିଶ୍ଚିତ କରିବା କି ଫସି ରହିଥିବା ଶ୍ରମିକ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ। ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଯାଏ ସମସ୍ତେ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି। ଆମକୁ ପ୍ରଥମେ ବ୍ୟବହାର କରାଯାଇଥିବା ମେସିନ ସହ କିଛି ସମସ୍ୟାର ସାମନା କରିବାକୁ ପଡ଼ିଲା । ଏବେ ଏକ ଖୁବ୍ ଗତିଶୀଳ ଓ ଅଧିକ ଶକ୍ତିଶାଳୀ ମେସିନ ମୁତୟନ କରାଯାଇଛି।

ଭିକେ ସିଂହ କହିଛନ୍ତି କି ଆମର ଟାର୍ଗେଟ୍‌  ଅପରେସନ ୨-୩ ଦିନରେ ଶେଷ ହୋଇ ଯାଉ। ଆଉ ମଧ୍ୟ ସେ ଶ୍ରମିକଙ୍କ ସହ କଥା ହୋଇଥିବା କଥା କହିଛନ୍ତି ଏବଂ ସେମାନେ ସାହସର ସହ ରହିଛନ୍ତି। ସେମାନଙ୍କୁ ଜଣା କି ସରକାର ତାଙ୍କ ବଞ୍ଚାଇବାରୁ ଚେଷ୍ଟା ଚଳାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.