ବୀରମହାରାଜପୁର ୧୩/୯ (ଆ.ପ୍ର)- ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମପଞ୍ଚାୟତ ସଭାଗୃହ ଠାରେ ଜଳଯୋଗଣ ପ୍ରକଳ୍ପ କାନପୁର ଓ ଟିଠିପାଲି ଜଳଯୋଗାଣ ପ୍ରକଳ୍ପ କୁ ଜଳ ଜୀବନ ମିଶନ୍ ନୂଆଦିଲ୍ଲୀ ତରଫରୁ ମୂଲ୍ୟାଙ୍କନ କରାଯାଇଛି । ଜଳଜୀବନ ମିଶନ୍ ନୂଆଦିଲ୍ଲୀ ତରଫରୁ ଆସିଥିବା ଏକ ଟିମ୍ ରେ ଇଂ ବଳବନ୍ତ ସିଂ ଭାଟିଆ, ଡ. ଦିନେଶ ଚାନ୍ଦଙ୍କ ସହ ଉଫୁଳା ସରପଞ୍ଚ ଶ୍ରୀୟା କର୍ମୀ ଆଲୋଚନା କରିଥିଲେ ।
ଭାରତ ସରକାରଙ୍କ ଏହି ଟିମ୍ ସଦସ୍ୟ ଙ୍କୁ ଅର୍ଥ କମିଶନ ଅନୁଦାନ ର ଶତକଡା ୩୦ ଭାଗ ରାଶି ରେ ଗ୍ରାମ ପଞ୍ଚାୟତ ର ଊଫୁଲା,କମଳପୁର,କାନପୁର ଓ ଅନ୍ୟ ଜଳଯୋଗଣ ପ୍ରକଳ୍ପ ବିଦ୍ୟୁତ୍ ବିଲ ପ୍ରଦାନ, ମରାମତି ବାବଦରେ ଖର୍ଚ୍ଚ ଗ୍ରାମ ପଞ୍ଚାୟତ ଉନ୍ନୟନ ଅନୁସାରେ ଖର୍ଚ୍ଚ କରାଯାଉଥିବା ସମ୍ପର୍କରେ ଅବଗତ କରିଥଲେ। ପଂଚାୟତ ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ ଜଳଯୋଗଣ ସୁନିଶ୍ଚିତ କରିବା ପାଇଁ ଆଲୋଚନl ହୋଇଥିଲା। ଟିଠିପାଲି, ରଥପୁର ଗାଁ ପାଇଁ ଥିବା ଜଳାଯୋଗଣ ପ୍ରକଳ୍ପ ରେ ସରକାର ପାଖାପାଖି ୧ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଉକ୍ତ ପ୍ରକଲ୍ପରୁ ଅଦ୍ୟାବିଧି ଗ୍ରାମବାସୀ ପିଇବା ପାଣି ମୁନ୍ଦାଏ ନ ପାଇ ହନ୍ତସନ୍ତ ହେଉଥିବା ନେଇ ୱାର୍ଡ ସଭ୍ୟ ଶ୍ରୀକାନ୍ତ ପଣ୍ଡା , ଘାସିରାମ ବାଦୀ,ସୁଦାମ ଭୁଇ ଓ ଅନ୍ୟ ସଦସ୍ୟଙ୍କ ସମେତ ସରପଞ୍ଚ ଶ୍ରୀମତୀ କର୍ମୀ ଉକ୍ତ ପ୍ରକଲ୍ପ ବିଷୟ୍ର କେନ୍ଦ୍ରୀୟ କମିଟି ର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଅଭିଯୋଗ ପରେ ବିଭାଗୀୟ ସହକାରୀ ଯନ୍ତ୍ରୀ ବଲରାମ ମାଝି ଉକ୍ତ ପ୍ରକଲ୍ପରୁ ୧୫ ଦିନ ମଧ୍ୟରେ ଟିଠିପାଲି ଓ ରଥପୁର ଗ୍ରାମବାସୀଙ୍କୁ ଜଳଯୋଗାଣ ସଠିକ୍ ଭାବେ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଯାହା କି ସମସ୍ତ ଉପସ୍ଥିତ ଓ୍ବାର୍ଡ ସଭ୍ୟସଭ୍ୟା ଙ୍କ ମଧ୍ୟରେ ଫମ୍ପା ପ୍ରତିଶ୍ରୁତି ବୋଲି କହିବା ସହିତ ଯେଉଁ ପ୍ରକଲ୍ପ ଏତେ ଟଙ୍କା ବ୍ୟୟ ସତ୍ବେ ଦୀର୍ଘ ଦିନ ପାଣି ନ ପାଇ ହଇରାଣ ହେଉଥିବା ବେଳେ ସହକାରୀ ଯନ୍ତ୍ରୀ ଙ୍କ ପ୍ରତିଶ୍ରୁତିକୁ ନାପସନ୍ଦ କରିଛନ୍ତି । ନୁଆଦିଲ୍ଲି ଟିମ୍ ସାଙ୍ଗରେ ବିଭାଗିୟ ଯନ୍ତ୍ରୀ ମଂଜୁଲତା ଗୌଡ ଙ୍କ ସହିତ ଅନ୍ୟାନ୍ୟ ଜଳଯୋଗାଣ କର୍ମଚାରି ବିଭିନ୍ନ ଜଳଯୋଗାଣ ପ୍ରକଳ୍ପ ବୁଲି ଥିଲେ।