ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବସୁନ୍ଧରା ରାଜେଙ୍କ ଶକ୍ତି ପ୍ରଦର୍ଶନ ଜାରି, ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୦ ବିଧାୟକ

Image Courtesy: jagran

ଜୟପୁର: ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ସସପେନ୍ସ ଲାଗିରହିଥିଲା । ହେଲେ ଛତିଶଗଡ଼ରେ ବିଷ୍ଣୁଦେବ ସାଏ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇସାରିଥିବା ବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ରାଜନୀତି ତେଜିବାରେ ଲାଗିଛି । ବିଶେଷ କରି ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି ।

ଇତିମଧ୍ୟରେ କେତେକ ନବନିର୍ବାଚିତ ବିଜେପି ବିଧାୟକ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିବା ଜଣାପଡ଼ିଛି । ତେବେ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାଜସ୍ଥାନରେ ବିଧାୟକ ଦଳ ବୈଠକ ହୋଇପାରେ । ନଭେମ୍ବର ୧୨ରେ ରାଜନାଥ ସିଂହ ରାଜସ୍ଥାନରେ ପହଞ୍ଚିପାରନ୍ତି । ସେପଟେ ରବିବାର ଅଜୟ ସିଂହ ଏବଂ ବାବୁ ସିଂହଙ୍କ ସମେତ ପ୍ରାୟ ୧୦ ଜଣ ବିଧାୟକ ବସୁନ୍ଧରା ରାଜେଙ୍କୁ ସାକ୍ଷାତ କରିଛନ୍ତି ।

ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ରାଜେ ସିଏମ ଦୌଡ଼ରେ ଆଗରେ ଅଛନ୍ତି । ହେଲେ କିଛି ଦିନ ପୂର୍ବରୁ ବିଜେପି ନେତାଙ୍କ ପକ୍ଷରୁ ସୂଚନା ମିଳିଥିଲା ଯେ, ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଦଳ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିବ । ଛତିଶଗଡ଼ରେ ବିଷ୍ଣୁଦେବ ସାଏଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରାଇଥିବା ବେଳେ ବାକି ଦୁଇ ରାଜ୍ୟରେ ସେହି ଫର୍ମୁଲା ଆପଣାଇପାରେ ବୋଲି ଚର୍ଚ୍ଚା ଲାଗିରହିଛି । ସେପଟେ ବସୁନ୍ଧରା ରାଜେ କିନ୍ତୁ ନିଜର ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି । 

ଏହା ପୂର୍ବରୁ ସୋମବାର ଏବଂ ମଙ୍ଗଳବାର ଦିନ ଅନେକ ବିଧାୟକ ରାଜେଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ବସୁନ୍ଧରା ରାଜେ ରାଜ୍ୟରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଲାଗି ଶକ୍ତି ଦେଖାଉଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ପରେ ରାଜେ ଦିଲ୍ଲୀ ଯାଇ ବିଜେପିର ରାଷ୍ଟ୍ରୀୟ ମୁଖ୍ୟ ଜେପି ନଡ୍ଡାଙ୍କୁ ଭେଟିଥିଲେ । ସେପଟେ ବିଧାୟକ ଦଳ ବୈଠକ ଉପରେ ନଜର ରଖିବାକୁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । 

 ନଭେମ୍ବର ୩୦ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ରାଜସ୍ଥାନରେ ପରମ୍ପରା ବଜାୟ ରହିବା ସହ ବିଜେପିକୁ ବହୁମତ ମିଳିଛି । ୧୧୫ ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସ ଖାତାକୁ ୬୯ ଆସନ ଯାଇଛି । ତେବେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ କରଣପୁର ଆସନରେ ନିର୍ବାଚନ ସ୍ଥଗିତ ହୋଇଥିଲା । ଏହି ସିଟ୍‌ରେ ଜାନୁଆରି ୫ରେ ନିର୍ବାଚନ ହେବାକୁ ଥିବା ବେଳେ ଜାନୁଆରି ୮ରେ ରେଜଲ୍ଟ ଆସିବ ।

 

  • Rajasthan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.