ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୨୨ ଦିନରେ ପହଞ୍ଚିଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ, ମଲା ବତକ ଧରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ମାଲକାନଗିରି,୭/୨ : ଵିଭିନ୍ନ ଦାବି ନେଇ ସମୂହ ଛୁଟିରେ ଯାଇଥିବା ପ୍ରାଣୀ ଚିକିତ୍ସକ ଙ୍କ ଆନ୍ଦୋଳନ ୨୨ଦିନରେ ପହଁଚିଛି। ଫଳରେ ପ୍ରାଣୀ  ଚିକିତ୍ସାଳୟରେ ତାଲା ପଡିଯାଇଛି। ଯାହା ଫଳରେ ଚିକିତ୍ସା ଅଭାବରୁ ଶତାଧିକ ପଶୁପକ୍ଷୀ ଙ୍କ ମୃତ୍ୟୁ ଘଟୁଛି।ଏହି ଘଟଣାକୁ ପ୍ରତିବାଦ କରି କୋରକୁଣ୍ଡା ଓ କାଲିମେଳା,ମାଲକାନଗିରି ବ୍ଲକର ବିଭିନ୍ନ ଗ୍ରାମର ଶତାଧିକ ମହିଳା ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା ମାନେ ମଲା ବତକ,କୁକୁଡ଼ା ଙ୍କୁ ଧରି ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନିରୀହ ପ୍ରାଣୀ ଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବା ନିମନ୍ତେ ଦରଖାସ୍ତ ଦେଇଛନ୍ତି।

 ଗତ ୧୮ ତାରିଖରୁ ବିଭିନ୍ନ ଦାବି ନେଇ ସମୂହ ଛୁଟି ନେଇ ଧାରଣା ରେ ବସିଛନ୍ତି ପ୍ରାଣୀ ଚିକିତ୍ସକ। ଗତ ୨୨ଦିନ ହେଲା ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି ଶତାଧିକ ନୀରିହ ପଶୁ ଓ ପକ୍ଷୀ। ଏହି ଆନ୍ଦୋଳନ ଯୋଗୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚିକିତ୍ସା ଅଭାବରୁ ଗାଈ ଗୋରୁ, ବାଛୁରୀ ଓ ଛେଳି,କୁକୁଡ଼ା, ବତକ,ପୋଷା କୁକୁର ଆଦି ପ୍ରାଣୀ ଙ୍କର ମୃତ୍ୟୁ ଘଟିଚାଲିଛି। ବିଶେଷ କରି ସରକାରଙ୍କ ପକ୍ଷରୁ ବିଭିନ୍ନ ଏସଏଚଜି ମହିଳା ଗ୍ରୁପ ଙ୍କୁ ଗାଈ, ଛେଳି, ବତକ, କୁକୁଡ଼ା ଫାର୍ମ ପାଇଁ ଋଣ ଦେଇଥିଲେ। ଏବେ ସେହି ପ୍ରାଣୀ ଗୁଡିକ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟି ଚାଲିଛି। ଆଜି କିଛି ସ୍ଥାନରେ ବତକ,କୁକୁଡ଼ା ଙ୍କର ମୃତ୍ୟୁ ଘଟିଥିବା ରୁ ପ୍ରାଣୀ ମାଲିକ ଓ ଗ୍ରୁପ ମହିଳା ମାନେ ଉତ୍ତ୍ୟକ୍ତ ହୋଇ ମଲା ବତକ କୁକୁଡ଼ା ଙ୍କୁ ଧରି ପ୍ରାଣୀ ଚିକତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ  କିଛି ସମୟ ଧରି ଆନ୍ଦୋଳନ କରିଥିଲେ।ଏହାର ତୁରନ୍ତ ପ୍ରତିକାର ପାଇଁ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଆଜି ଶତାଧିକ ପଶୁପ୍ରେମୀ ଏକତ୍ରିତ ହୋଇ ଙ୍କ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ଏହି ଘଟଣା ଜାଣିବା ପରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର ଙ୍କ ନେତୃତ୍ୱ ରେ କଂଗ୍ରେସ ନେତା ଜୀ ଶ୍ରୀନିବାସ ରାଓ, ପର୍ଶୁରାମ ଭକ୍ତ, ପି କେଶୁରାଓ,ପଦ୍ମପାଙ୍ଗି ପ୍ରମୁଖ କଂଗ୍ରେସ ନେତା ମାନେ ଘଟଣା ସ୍ଥଳ ରେ ପହଁଚି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଥିଲେ। ଖୁବ ଶୀଘ୍ର ପ୍ରାଣୀ ଙ୍କ ଚିକିତ୍ସା ବ୍ୟବସ୍ଥା କରା ନଗଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜ ରାସ୍ତା କୁ ଓହ୍ଲାଇ ଆନ୍ଦୋନ ପନ୍ଥା ଅବଲମ୍ବନ କରି ଜିଲ୍ଲାରେ ଚକ ଅଖ ବନ୍ଦ କରିଦେବ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ୮ ଫେବୃଆରୀରୁ ପୁରୀ-ସୋନପୁର ଓ ପୁରୀ ସାପ୍ତାହିକ ଏକ୍ସପ୍ରେସ କରିବ ନିୟମିତ ଚଳାଚଳ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.