ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଅଶ୍ଳୀଳ ଭିଡିଓ ଭାଇରାଲ୍‌ ପରେ ବାର୍‌ ଗାର୍ଲଙ୍କ ଆତ୍ମହତ୍ୟା ଉଦ୍ୟମ, ଘରୋଇ ହସ୍ପିଟାଲ୍‌ରେ ଜୀବନମରଣ ସହ ସଂଘର୍ଷ

ଭୁବନେଶ୍ୱର,୦୭/୧୧: ଦୀପାଳି ବାର୍‌ ଗାର୍ଲ ଆତ୍ମହତ୍ୟା ଘଟଣାର ରହସ୍ୟ ନ ଫିଟୁଣୁ ପୁଣି ଜଣେ ବାର୍‌ ଡ୍ୟାନ୍ସର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏମିତି ଘଟଣା ଘଟିଛି ରବିଟକିଜ ଅଞ୍ଚଳରେ । ବାର୍‌ ଗାର୍ଲ ଜଣଙ୍କ ଘରୋଇ ହସ୍ପିଟାଲ୍‌ରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ଆତ୍ମହତ୍ୟା ଉଦ୍ୟମ ପଛରେ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ବୋଲି ସହଯୋଗୀମାନେ କହିଛନ୍ତି । ଏନେଇ ପୁଲିସ୍‌ ପାଖରେ କୌଣସି ଅଭିଯୋଗ ହୋଇନଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । 

ମିଳିଥିବା ସୂଚନା ମୁତାବକ, ଯୁବତୀ ଗତ କିଛି ବର୍ଷ ହେବ କଟକ-ପୁରୀ ରୋଡ୍‌ରେ ଥିବା ଏକ ବାର୍‌ରେ ଡ୍ୟାନ୍ସର ଭାବେ କାମ କରୁଥିଲେ । ବାର୍‌ ମାଲିକଙ୍କ ନିର୍ଦ୍ଦେଶକ୍ରମେ ଯୁବତୀ ଜଣଙ୍କ ଗ୍ରାହକଙ୍କୁ ଉତ୍ତମ ସେବା ଦିଅନ୍ତି । କିଛି ଦିନ ତଳେ ମାଲିକଙ୍କ ଅତି ଖାସ୍‌ ଗ୍ରାହକ ଆସିଥିଲେ । ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଯୁବତୀଙ୍କୁ କୁହାଯାଇଥିଲା । ଉକ୍ତ ଗ୍ରାହକମାନେ ସେ ଯୁବତୀଙ୍କୁ ନିଶା ଦେଇ ତାଙ୍କର ସହ ଖରାପ କାର୍ଯ୍ୟ କରିଥିଲେ । ସେ ଦୃଶ୍ୟକୁ ମୋବାଇଲ୍‌ରେ ଭିଡିଓ ସୁଟିଂ କରିଥିଲେ । ଏ ସବୁ ବାବଦରେ ଯୁବତୀ କିଛି ଜାଣି ନଥିଲେ । ଗତ ସପ୍ତାହରେ ଯୁବତୀ ଜଣଙ୍କ ଭିଡିଓ ବିଷୟରେ ଜାଣିବା ପରେ ମାଲିକଙ୍କୁ ଜଣାଇଥିଲେ । ଏହା ଛୋଟ ଘଟଣା କହି ମାଲିକ ଏଡ଼ାଇ ଦେଇଥିଲେ । ରବିବାର ବିଳମ୍ବିତ ରାତିରେ ଯୁବତୀ ଜଣଙ୍କ ଘର ଲୋକଙ୍କୁ ଘଟଣା ବିଷୟରେ ଜଣାଇ ଜୀବନ ହାରିଦେବେ ବୋଲି କହି ଫୋନ୍‌ କାଟି ନେଇଥିଲେ । ଏହାପରେ ଘର ଲୋକ ତାଙ୍କୁ ଯେତେ ଫୋନ୍‌ କଲେ ବି ସେ ଉଠାଇ ନଥିଲେ । ତେଣୁ ଘର ଲୋକ ଅନ୍ୟ ରୁମ୍‌ରେ ଥିବା ତାଙ୍କ ଝିଅର ବାନ୍ଧବୀଙ୍କୁ ଫୋନ୍‌ କରି ଘଟଣା ବିଷୟରେ କହିଥିଲେ । 

ସେମାନେ ଯାଇ କବାଟ କାବାଟ ଭାଙ୍ଗି ଦେଇ ଦେଖିଥିଲେ ଓଢ଼ଣି ଲଗାଇ ସଂପୃକ୍ତ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରି ପାଖରେ ଥିବା ଏକ ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ । ସେଠାରେ ଅବସ୍ଥା ଖରାପ ହେବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଭଲ  ନଥିବା ଜଣାପଡିଛି । ଏ ବିଷେୟରେ ପୁଲିସ୍‌ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କଲେ ଏହା ପଛରେ ଥିବା ର‌୍ୟାକେଟ୍‌ର ପର୍ଦ୍ଦାଫାସ୍‌ ହେବ । ନ ହେଲେ ଘଟଣା ସବୁ ଦିନ ପାଇଁ ରହସ୍ୟ ହୋଇ ରହିଯିବ । 

Copyright © 2022 - Summa Real Media Private Limited. All Rights Reserved.