ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ କ୍ରିକେଟ୍‌ର ଅମୂଲ୍ୟ ସମ୍ପତ୍ତି କୋହଲି, ପ୍ରଶଂସାରେ ପୋତି ପକାଇଲେ ମହାନ ବ୍ୟାଟର ଭିଭିଆନ୍ ରିଚାର୍ଡ୍ସ

ନୂଆଦିଲ୍ଲୀ,୧୦/୧୧: ୱେଷ୍ଟଇଣ୍ଡିଜ୍‌ର ମହାନ ବ୍ୟାଟର ଭିଭିଆନ୍‌ ରିଚାର୍ଡ୍ସ ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କ ପ୍ରଶଂସାରେ  ଶତମୁଖ ହୋଇ ପଡ଼ିଛନ୍ତି । ସେ କୋହଲିଙ୍କୁ କ୍ରିକେଟ୍‌ ର ଅମୂଲ୍ୟ ସମ୍ପତ୍ତି ବୋଲି ବିବେଚିତ  କରିଛନ୍ତି । ଅଧାସାଧାରଣ ମାନସିକ ଶକ୍ତି ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ପରିଚୟ  ଦେଇଛି ବୋଲି ରିଚାର୍ଡ୍ସ ପ୍ରକାଶ କରିଛନ୍ତି । 

ରିଚାର୍ଡ୍ସ କହିଛନ୍ତି, କୋହଲି ଜଣେ ଉତ୍ସାହି  ଖେଳାଳି । ଅସୀମ ମାନସିକ ଶକ୍ତି ତାଙ୍କୁ ଅନ୍ୟମାନଙ୍କଠୁ ଭିନ୍ନ କରିଛି । ତାଙ୍କ ଭଳି ଖେଳାଳି  ଏବଂ ବ୍ୟକ୍ତି ବହୁତ କମ୍‌ ଦେଖିବାକୁ ମିଳନ୍ତି । ବିଶ୍ୱକପ୍‌ ପୂର୍ବରୁ ସେ ଖରାପ ସମୟ ଦେଇ ଗତି କରିଥିଲେ । ଏପରିକି ତାଙ୍କୁ ଦଳରୁ ବାଦ୍‌ ଦିଆଯାଉ ବୋଲି ଅନେକ କହିଥିଲେ । ପୂର୍ବଭଳି ପୁଣିଥରେ ସେ ସମସ୍ତଙ୍କୁ ଭୁଲ ପ୍ରମାଣିତ କଲେ । ତାଙ୍କର ପ୍ରଦର୍ଶନ ଅଦ୍ଭୁତ । ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ । ସେ ନିଜ ପ୍ରଦର୍ଶନ ମାଧ୍ୟମରେ  ସର୍ବକାଳୀନ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ବୋଲି  ପ୍ରମାଣିତ କରି ଆସିଛନ୍ତି । ବିଶ୍ୱକପ୍‌ରେ ତାଙ୍କର ସଫଳ ପ୍ରଦର୍ଶନ ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ଏବଂ ସହକାରୀ ଷ୍ଟାଫ୍‌ଙ୍କୁ ଶ୍ରେୟ ଦିଆଯିବା ଉଚିତ । ସେମାନେ କୋହଲିଙ୍କୁ ସମର୍ଥନ ଏବଂ ଉତ୍ସାହିତ  କରିବା ଜାରି ରଖିଥିଲେ । ବିଶ୍ୱକପ୍‌ରେ ଭାରତୀୟ ଦଳ ଯେଉଁଭଳି ଆଧିପତ୍ୟ ବିସ୍ତାର କରି ଖେଳୁଛି, ନିଶ୍ଚିତ ଭାବେ ଦଳ ଚାମ୍ପିଅନ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.