ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜିଠୁ ଫିଟିବ ପାଗ, ଶୀତ ସାମାନ୍ୟ ବଢ଼ିବ: ୨ରୁ ୩ ଡିଗ୍ରୀ ସେଲସିୟସ୍‌ କମିପାରେ ପାରଦ

ଭୁବନେଶ୍ୱର,୨୬/୦୧: ପାଗ ଫିଟିଯିବ ।  କୋହଲା ପାଗ ରହିବନି । ଖରା କିରଣ ପଡ଼ିବ ।  ଶୁକ୍ରବାରଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । କିନ୍ତୁ, ରାତି ତାପମାତ୍ରା ସାମାନ୍ୟ କମିବ ।  ବର୍ତ୍ତମାନ ଯେତିକି ଅଛି, ତା’ଠାରୁ ୨ରୁ ୩ ଡିଗ୍ରୀ  ସେଲସିୟସ୍‌ କମିପାରେ । ଏହା ପ୍ରଭାବରେ  ରାଜ୍ୟରେ ଶୀତ ସାମାନ୍ୟ ବଢ଼ିବ ।  

ଗୁରୁବାର ପାଗ ସାମାନ୍ୟ ସୁଧୁରିଛି ।  କୋହଲା ପାଗ ଥିଲେ ବି ପୂର୍ବାପେକ୍ଷା ମେଘ ବାଦଲ ଦୂର ହୋଇଛି । ବର୍ଷା ପ୍ରାୟତଃ  ହୋଇନାହିଁ । ଦିନ ତାପମାତ୍ରା ମଧ୍ୟ ବଢ଼ିଛି ।  ପ୍ରାୟତଃ ୨୨ରୁ ୨୫ ଡିଗ୍ରୀ ସେଲସିୟସ୍‌  ମଧ୍ୟରେ ରହିଛି । ପୂର୍ବ ରାତିରେ ତାପମାତ୍ରା  ସାମାନ୍ୟ କମିଥିଲା । କୋରାପୁଟରେ  ସର୍ବନିମ୍ନ ତାପମାତ୍ରା ୧୦.୨, ସୁନ୍ଦରଗଡ଼  ୧୦.୨, ରାଉରକେଲା ୧୧.୪, ଝାରସୁଗୁଡ଼ା  ୧୧.୬, ଅନୁଗୁଳ ୧୨, ଡିଗ୍ରୀ ସେଲସିୟସ୍‌  ଥିଲା । ରାଜ୍ୟର ୧୮ଟି ସ୍ଥାନରେ ସର୍ବନିମ୍ନ  ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ  ରହିଛି । ବର୍ତ୍ତମାନ ବର୍ଷା ସମ୍ଭାବନା ନାହିଁ ।  ପାଗ ମୁଖ୍ୟତଃ ଶୁଖିଲା ରହିବ । 

ଶୁକ୍ରବାର ସକାଳେ କିଛି ଜାଗାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଦକ୍ଷିଣ ଓଡ଼ିଶାର ଅଳ୍ପ  କେତେକ ସ୍ଥାନ ସମେତ ଉତ୍ତର ଓଡ଼ିଶାର ସ୍ଥାନେ ସ୍ଥାନେ କୁହୁଡ଼ି ସମ୍ଭାବନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.