ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିପାରେ ତାତି

Published By : Prameya | February 29, 2024 7:18 AM

ଭୁବନେଶ୍ୱର,୨୯/୦୨: ଗୁରୁବାର ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ହୋଇପାରେ ।  ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି  ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଏହା ପରଠାରୁ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ବୁଧବାର ଗଞ୍ଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇଛି । ବଜ୍ରପାତରେ  ଦିଗପହଣ୍ଡିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଦୁଇ ପରିବାର ସଦସ୍ୟ  ଗୁରୁତର ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବରଗଡ଼ରେ ୩୯.୪, ହୀରାକୁଦରେ ୧୮.୮,  ସମ୍ବଲପୁରରେ ୧୬.୨ ଓ ରାଉରକେଲାରେ ୧୪.୧ମିମି ବର୍ଷା ହୋଇଛି । 

ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ଦିନ ତାପମାତ୍ରା ବଢ଼ିବ ବୋଲି ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ମାର୍ଚ୍ଚ ୩ ତାରିଖରେ  ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍‌ କରିବ । ୪ ଓ ୫ରେ ପାଗ ସାମାନ୍ୟ ମେଘୁଆ  ରହିପାରେ । ୫ ତାରିଖ ସୁଦ୍ଧା ଦିନ ତାପମାତ୍ରା ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ସେ ଆକଳନ  କରିଛନ୍ତି । ଉପକୂଳରେ ଆସନ୍ତା ୩ଦିନ ଯାଏ ସକାଳୁ କୁହୁଡ଼ି ଦୃଶ୍ୟମାନ ହୋଇପାରେ । 

ସେହିଭଳି ଦକ୍ଷିଣ ଆଭ୍ୟନ୍ତରରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ । ୩ ଓ ୪ରେ  ମେଘୁଆ ପାଗ ଯୋଗୁ ତାପମାତ୍ରା କମିବ । ଉତ୍ତର ଆଭ୍ୟନ୍ତରରେ ବି ୩ ସୁଦ୍ଧା ଦିନ  ତାପମାତ୍ରା ୩ ଡିଗ୍ରୀ ବଢ଼ିପାରେ । ଏବେ ବିଭିନ୍ନ ଫସଲକୁ ପାଉଁଶିଆ ରୋଗ ହେବାର  ଆଶଙ୍କା ଅଛି ବୋଲି ଡ. ପଶୁପାଳକ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.