ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୯ରେ ପୁଣି ଲଘୁଚାପ: ମଙ୍ଗଳବାରଠୁ ବଢ଼ିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର,୧୮/୦୯: ୧୯ ତାରିଖ ଅର୍ଥାତ୍‌ ଗଣେଷ ପୂଜା ଠାରୁ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ । ୨୦ ଓ ୨୧ ତାରିଖରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି । 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁସାରେ, ୧୮ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି । ୧୯ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୨୦ ଓ ୨୧ରେ ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି ।

ଉତ୍ତର ବଙ୍ଗୋପସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୧୯ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେବ । ୨୧ ତାରିଖ ସୁଦ୍ଧା ସ୍ଥଳଭାଗରେ ପହଞ୍ଚିବ । ୨୦ ତାରିଖ ଠାରୁ ୨୨ ଭିତରେ ଅଧିକ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ୨୬ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଡ. ପଶୁପାଳକ ଆକଳନ କରି କହିଛନ୍ତି, ଉତ୍ତର ବଙ୍ଗୋପସାଗରରେ ଆଜି ସକାଳେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବ । ୨୧ରେ ଲଘୁଚାପ ଓଡ଼ିଶା ସ୍ଥଳଭାଗରେ ପହଞ୍ଚିବ । ଏହା ପଶ୍ଚିମ ଦିଗରେ ଗତି କରିବ । ୨୨ରେ ଏହା ବିସ୍ତୃତ ରୂପ ନେବ । ଏହି ଲଘୁଚାପ ବଳୟ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଯାଏ ଲମ୍ବି ରହିବ ।

ଆସନ୍ତା ୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରତିଦିନ ବର୍ଷା ହେବାର ସମ୍ଭାବନା ଅଛି । ୨୦ରୁ ୨୨ ତାରିଖ ଭିତରେ ସବୁଠୁ ଅଧିକ ବର୍ଷା ହୋଇପାରେ । ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ୨୦ ତାରିଖ ରାତିରୁ ବର୍ଷା ହେବ । ୨୦ ଓ ୨୧ ତାରିଖ ଦୁଇ ଦିନ ଭିତରେ ଏ ସବୁ ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ଲଘୁଚାପ ସତ୍ତେ୍ୱ ଉତ୍ତର ଉପକୂଳରେ କମ୍‌ ବର୍ଷା ହେବ । ୨୫ ଓ ୨୬ରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରରେ ବର୍ଷା ପୁଣି ବଢ଼ିପାରେ ବୋଲି ସେ କହିଛନ୍ତି । ମାଟି ବତର ଥିବାରୁ ପ୍ରାକ୍‌ ରବି ଓ ରବି ଅଣଧାନ ଫସଲ ପାଇଁ ବୁଣାବୁଣି କରିବାକୁ ସେ ପରାମର୍ଶ ଦେଇଛନ୍ତି ।  

 ଡ. ପଶୁପାଳକ କହିଛନ୍ତି, ଗ୍ରୀଷ୍ମମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ନିନୋ ୩.୪ ଇଣ୍ଡେକ୍ସରେ ସାମୁଦ୍ରିକ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀ ଅଧିକ ରହିଛି । ଏଲ୍‌ନିନୋ ମଧ୍ୟ ଶକ୍ତିଶାଳୀ ରହିଛି । ଇଣ୍ଡିଆନ ଓସନ ଡାଏପୋଲ(ଆଇଓଡି) ଇଣ୍ଡେକ୍ସ ୧.୨ରେ ପହଞ୍ଚିଛି । ଏହା ଲଗାତର ଭାବେ ବଢ଼ୁଛି । ଏମଜେଓ ମଧ୍ୟ ଅନୁକୂଳ ହେବାକୁ ଯାଉଛି । ଉଭୟ ଆଇଓଡି ଇଣ୍ଡେକ୍ସ ଓ ଏମଜେଓ ଏଲନିନୋର ନକରାତ୍ମକ ପ୍ରଭାବକୁ ପ୍ରତିହତ କରିପାରେ । ଏହାର ପ୍ରଭାବ ମୌସୁମୀକୁ ପୁଣି ସକ୍ରିୟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

Weather update

Copyright © 2022 - Summa Real Media Private Limited. All Rights Reserved.