ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଆଜି ଦକ୍ଷିଣ ଓ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା, ଆସନ୍ତା ୪ ଦିନ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର,୨୧/୧୧: ମଙ୍ଗଳବାର ଦକ୍ଷିଣ ଓ ଉପକୂଳ  ଓଡ଼ିଶାରେ ଆଂଶିକ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇପାରେ । ପାଣିପାଗ ବିଭାଗ କହିଛି, ମଙ୍ଗଳବାର  ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା,  ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ,  କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର,  କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜ  ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।  ବାକି ଅଞ୍ଚଳରେ ପାଗ ମୁଖ୍ୟତଃ  ଶୁଖିଲା ରହିପାରେ । 

ବୁଧବାରଠାରୁ  ୨୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ଆସନ୍ତା  ୪ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ  ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ସୋମବାର ଅନେକ ଜାଗାରେ ପାଗ  ଆଂଶିକ ମେଘୁଆ ଥିଲା । ପୁରୀ ଓ  ଗୋପାଳପୁରରେ ସାମାନ୍ୟ ବର୍ଷା ହୋଇଥିଲା । ଦିନ ତାପମାତ୍ରା  ପ୍ରାୟତଃ କମିଥିବାବେଳେ ରାତି  ତାପମାତ୍ରା ୧୬ରୁ ୨୦ ଡିଗ୍ରୀ  ପାଖାପାଖି ରହିଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨.୧,  ଦାରିଙ୍ଗିବାଡ଼ିରେ ୧୩.୫, ଫୁଲବାଣୀ  ୧୪.୫ ଡିଗ୍ରୀ ସେଲସିୟସ୍‌ ଥିଲା ।

  • prameyanews
  • PrameyaOdia
  • prameya
  • Weather update
  • Copyright © 2022 - Summa Real Media Private Limited. All Rights Reserved.